ସୁପ୍ରିମକୋର୍ଟଙ୍କ ଆକ୍ସନକୁ ନେଇ ବଲାଙ୍ଗୀର ବିଧାୟକଙ୍କ ପ୍ରତିକ୍ରିୟା, କହିଲେ ନିର୍ଦ୍ଦେଶ ମାନିବାକୁ ବାଧ୍ୟ

Published By : Prameya-News7 Bureau | December 13, 2022 IST

ବଲାଙ୍ଗୀର ୧୩/୧୨: ଭାରତ ସମ୍ବିଧାନ ଅନୁଯାଇ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମାନିବା ପାଇଁ ବାଧ୍ୟ । ବିଶେଷ ଭାବରେ ଆଇନଜୀବୀ ଏହାକୁ ମାନିବା ବାଧ୍ୟ। ଭାରତ ସ୍ୱାଧୀନ ହେଲାପରେ ମାର୍ଜର ଚୁକ୍ତି ହୋଇଥିଲା ଗଡ଼ଜାତ ଅଞ୍ଚଳରେ । ସେହି ଚୁକ୍ତି ଅନୁଯାଇ ବଲାଙ୍ଗୀରରେ ହାଇକୋର୍ଟ ବେଞ୍ଚ ଦାବି କରାଯାଉଛି । ହେଲେ ଏହାକୁ ଭ୍ରୁକ୍ଷେପ କରୁନାହାନ୍ତି ଓଡ଼ିଶା ସରକାର।

ମାନ୍ୟବର ହାଇକୋର୍ଟ ଦୁଇଥର ବଲାଙ୍ଗୀର ସପକ୍ଷରେ ଦୁଇ ଥର ସୁପାରିଶ କରିଥିଲେ ସରକାର ଶୁଣିନାହାନ୍ତି । ସୁପ୍ରିମକୋର୍ଟକୁ କଥା ଗଲେ ମଧ୍ୟ କୋଉ ବିଷୟକୁ ନେଇ ଏ ସବୁ କଥାସାମ୍ନାକୁ ଆସୁଛି ସେନେଇ କୌଣସି ପ୍ରକାର ଆଲୋଚନା ହେଉନାହିଁ । ତେବେ ଏଭଳି ପରିସ୍ଥିତିରେ ଲୋକ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେଉଛନ୍ତି । ସମସ୍ତଙ୍କୁ ଅନୁରୋଧ ସମସ୍ୟାର ସମାଧାନ ପାଇଁ ଆଲୋଚନା ହେଉ ।

ବଲାଙ୍ଗୀରରେ ହାଇକୋର୍ଟ ବେଞ୍ଚ ଥିଲା, ତାହା ମୁଁ ପୁନର୍ବରୁ ଫେରାଇବା ପାଇଁ ଦାବି କରିଛି ଆଜି ବି ସେହି ମତ ମୋର । ଓଜସ୍ଵନ୍ତ କମିଶନ ଅନୁଯାଇ ସମସ୍ତ ପ୍ରକାର କ୍ରାଇଟେରିଆ ପୁରଣ କରୁଛି ବଲାଙ୍ଗୀର । ଆଇନଜୀବୀ ମାନଙ୍କୁ ମୋର ଅନୁରୋଧ ଆନ୍ଦୋଳନର ପନ୍ଥା ଅଛି ଆଇନକୁ ମାନି ନିଜ ଦାବି କରାଯାଇ ପାରିବ । ତେବେ ସମ୍ବଲପୁର ୨୯ ଜଣ ଓକିଲଙ୍କ ଲାଇସେନ୍ସ ରଦ୍ଦ ଘଟଣାରେ ସୁପ୍ରିମକୋର୍ଟଙ୍କ ଅଧିକାର ଅଛି ସେ ନେଇଛନ୍ତି । ତା ଭିତରେ କଣ କାରଣ ରହିଛି ତାହା ସ୍ପଷ୍ଟହେଲେ ଯାଇ ଜଣାପଡିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.