କଂଗ୍ରେସ ଆତ୍ମସମୀକ୍ଷା କରିବ, ରାଜଧାନୀରେ ମିଡିଆରେ ବାଇଟ୍‌ ଦେଲେ କିଛି ଲାଭ ହେବନି-ନରସିଂହ ମିଶ୍ର

Published By : Prameya-News7 Bureau | December 17, 2022 IST

ଭୁବନେଶ୍ୱର ୧୭।୧୨ : ରାଜନୈତିକ ପାଣିପାଗର ଭବିଷ୍ୟବାଣୀ ଦେବା କଷ୍ଟକର । ରାଜନୀତିରେ ୨୦୨୪ରେ କଣ ହେବ , ତାହା ଆକଳନ କରିହେବନାହିଁ । କିନ୍ତୁ ମୋର ଆଶା କଂଗ୍ରେସ ଅତୀତର ଦୋଷ, ଦୁର୍ବଳତାକୁ ଭୁଲି ଆତ୍ମସମୀକ୍ଷା କରିବ । ଗୁରୁତର ସହ ବିଚାର କରି ନିଷ୍ପତ୍ତି ନେବ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଆମ ନେତା ଖାଲି ଭୁବନେଶ୍ୱରରେ ରହି ରାଜନୀତି କରି ମିଡିଆରେ ବାଇଟ ଦେଲେ ଦଳର କିଛି ଲାଭ ହେବନି । କେନ୍ଦ୍ରର ଚାରି ମନ୍ତ୍ରୀ ଆସିକି ଦମ୍ଭୋକ୍ତି  ପ୍ରକାଶ କଲେ ଆମେ ପଦ୍ମପୁରରେ ଜିତିବୁ । କିନ୍ତୁ ଜିତିଲେ କି ? ନବ ଦାସ ଆମ ଦଳ ସହ ବେଇମାନି କରି ଛାଡ଼ି ଚାଲିଗଲେ । ଏବେ  ବନ୍ଧୁତା କୋଉଠି ରହିଲା ଯେ ଡିଲ କରିବେ । ୪୨୦୦୦ ଭୋଟରେ ହାରି ନିଜେ  ଆତ୍ମସନ୍ତୋଷ  ପାଇବା ପାଇଁ ଏଭଳି ଅବାସ୍ତବ କଥା ବିଜେପି ନେତା କହୁଛନ୍ତି । ପ୍ରଦୀପ ପୁରୋହିତ ବାଧ୍ୟ ବାଧକତାରେ ଏମିତି କଂଗ୍ରେସ ଭୋଟ ବିକ୍ରି କଥା କହୁଛନ୍ତି । ଆମେ ଭୋଟ ପାଇଲୁ ନାହିଁ ମାନେ ନୁହେଁ ଯେ, ଭୋଟ ବିକିଦେଲୁ ,ଲୋକେ ଆମକୁ ପ୍ରତ୍ୟାଖ୍ୟାନ କଲେ । ଏଭଳି ସ୍ଥିତି ଜାରି ରହିଲେ ଆମ ଅବସ୍ଥା  ଆଗକୁ ଆହୁରି ସାଙ୍ଘାତିକ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.