scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କଟକ ନରାଜ ନିକଟରେ ୪ଲକ୍ଷ ୬୦ହଜାର ୯ଶହ ୫୪ ଘନଫୁଟ ଜଳ ପ୍ରବାହିତ

15/08/2022 at 11:05 AM

କଟକ ୧୫।୮: ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଡ୍ୟାମ୍‌ରୁ ୩୪ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ବନ୍ୟାଜଳ ନିଷ୍କାସନ ଯୋଗୁଁ ତଳମୁଣ୍ଡରେ ଥିବା ସମସ୍ତ ନଦୀ ଓ ଶାଖା ନଦୀରେ ଜଳସ୍ତର ବଢିବାରେ ଲାଗିଛି । କେତେକ ନଦୀରେ ବନ୍ୟା ସ୍ଥିତି ଦେଖାଦେଇଛି । ସେହିଭଳି ମହାନଦୀର ଜଳସ୍ତର ମଧ୍ୟ ବଢୁଛି ।

ତେବେ ସକାଳ ୯ଟା ସୁଦ୍ଧା କଟକ ନରାଜ ନିକଟରେ ୪ ଲକ୍ଷ ୬୦ ହଜାର ୯ ଶହ ୫୪ ଘନଫୁଟ ଜଳ ପ୍ରବାହିତ ହେଉଛି । ସେହିଭଳି ନରାଜ ଉପର ମୁଣ୍ଡର ଜଳସ୍ତର ୨୬.୦୦ ଘନଫୁଟ ଥିବାବେଳେ ତଳମୁଣ୍ଡର ଜଳସ୍ତର ୨୪.୧୦ ଘନଫୁଟ ରହିଛି।

ଉଲ୍ଲେଖଯୋଗ୍ୟ ଯେ, ସକାଳ ୬ଟା ସୁଦ୍ଧା କଟକ ନରାଜ ନିକଟରେ ୪ ଲକ୍ଷ ୨୩ ହଜାର ୨୩୭ ଘନଫୁଟ ଜଳ ପ୍ରବାହିତ ହେଉଥିଲା । ନରାଜ ଉପରମୁଣ୍ଡର ଜଳସ୍ତର ୨୬.୧୦ ଘନ ଫୁଟ ଥିବାବେଳେ ତଳମୁଣ୍ଡର ଜଳସ୍ତର ୨୩.୯୦ ଘନଫୁଟ ରହିଥିଲା ।

   Related Posts