କଟକ ନରାଜ ନିକଟରେ ଦିନ ୩ଟା ସୁଦ୍ଧା ୪ ଲକ୍ଷ ୯୨ ହଜାର ୭୫୦ ଘନଫୁଟ ଜଳ ପ୍ରବାହିତ

Published By : Prameya-News7 Bureau | August 15, 2022 IST

କଟକ ୧୫।୮: ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଡ୍ୟାମ୍‌ରୁ ୨୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ବନ୍ୟାଜଳ ନିଷ୍କାସନ ଯୋଗୁଁ ତଳମୁଣ୍ଡରେ ଥିବା ସମସ୍ତ ନଦୀ ଓ ଶାଖା ନଦୀରେ ଜଳସ୍ତର ବଢିବାରେ ଲାଗିଛି । କେତେକ ନଦୀରେ ବନ୍ୟା ସ୍ଥିତି ଦେଖାଦେଇଛି । ସେହିଭଳି ମହାନଦୀର ଜଳସ୍ତର ମଧ୍ୟ ବଢୁଛି ।

ତେବେ କଟକ ନରାଜ ନିକଟରେ ମଧ୍ୟାହ୍ନ ୩ଟା ସୁଦ୍ଧା ୪ ଲକ୍ଷ ୯୨ ହଜାର ୭ ଶହ ୫୦ ଘନଫୁଟ ଜଳ ପ୍ରବାହିତ ହେଉଛି । ସେହିଭଳି ନରାଜ ଉପର ମୁଣ୍ଡର ଜଳସ୍ତର ୨୬.୧୫ ଘନଫୁଟ ଥିବାବେଳେ ତଳମୁଣ୍ଡର ଜଳସ୍ତର ୨୪.୩୦ ଘନଫୁଟ ରହିଛି।

ଉଲ୍ଲେଖଯୋଗ୍ୟ ଯେ, ସକାଳ ୬ଟା ସୁଦ୍ଧା କଟକ ନରାଜ ନିକଟରେ ୪ ଲକ୍ଷ ୨୩ ହଜାର ୨୩୭ ଘନଫୁଟ ଜଳ ପ୍ରବାହିତ ହେଉଥିଲା । ନରାଜ ଉପରମୁଣ୍ଡର ଜଳସ୍ତର ୨୬.୧୦ ଘନ ଫୁଟ ଥିବାବେଳେ ତଳମୁଣ୍ଡର ଜଳସ୍ତର ୨୩.୯୦ ଘନଫୁଟ ରହିଥିଲା ।

ସକାଳ ୯ଟା ସୁଦ୍ଧା କଟକ ନରାଜ ନିକଟରେ ୪ ଲକ୍ଷ ୬୦ ହଜାର ୯ ଶହ ୫୪ ଘନଫୁଟ ଜଳ ପ୍ରବାହିତ ହେଉଥିଲା । ସେହିଭଳି ନରାଜ ଉପର ମୁଣ୍ଡର ଜଳସ୍ତର ୨୬.୦୦ ଘନଫୁଟ ଥିବାବେଳେ ତଳମୁଣ୍ଡର ଜଳସ୍ତର ୨୪.୧୦ ଘନଫୁଟ ରହିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.