scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ନାନୋ ପ୍ରକଳ୍ପ କେସ୍‌ରେ ଟାଟା ମୋଟର୍ସର ବିଜୟ; ମିଳିବ ୭୬୬ କୋଟି ଟଙ୍କା କ୍ଷତିପୂରଣ

31/10/2023 at 10:56 AM

କୋଲକାତା: ସିଙ୍ଗୁର୍ ନାନୋ ପ୍ରୋଜେକ୍ଟ ମାମଲାରେ ଟାଟା ମୋଟର୍ସର ବଡ଼ ବିଜୟ । ଜମି ବିବାଦରେ ଅଟୋମୋବାଇଲ୍ସ କମ୍ପାନୀକୁ କ୍ଷତିପୂରଣ ଦେବେ ମମତା ବାନାର୍ଜୀ ସରକାର । ଅର୍ବିଟ୍ରାଲ୍ ଟ୍ରିବୁନାଲଙ୍କ ନିର୍ଦ୍ଦେଶ ଅନୁସାରେ, ପଶ୍ଚିମବଙ୍ଗ ସରକାର ୭୬୬ କୋଟି ଟଙ୍କା କ୍ଷତିପୂରଣ ଟାଟା ମୋଟର୍ସରେ ପଇଠ କରିବେ । ୨୦୧୬ରୁ ୧୧ ପ୍ରତିଶତ ସୁଦ୍ଧ ସହିତ ଏବଂ ନ୍ୟାୟିକ ଲଢେଇ ପାଇଁ ୧ କୋଟି ଟଙ୍କା ସହିତ ମୋଟ୍ ୭୬୬ କୋଟି ୭୮ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ୩ଜଣିଆ ଅର୍ବିଟ୍ରାଲ୍ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଛନ୍ତି ।  

ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗର ସିଙ୍ଗୁରରେ ଟାଟା ମୋଟର୍ସ ନାନୋ କାର୍ ପ୍ଲାଣ୍ଟ ବସାଇବାକୁ ଟିଏମସି ସରକାର ପୂର୍ବରୁ ବାମପନ୍ଥୀ ସରକାରରୁ ଅନୁମତି ମିଳିଥିଲା । ଏହି ଅନୁମତି ଆଧାରରେ ସେତେବେଳର ଟାଟା ଗ୍ରୁପ ଅଧ୍ୟକ୍ଷ ରତନ ଟାଟା ନିଜର ଡ୍ରିମ୍ ପ୍ରୋଜେକ୍ଟ ପ୍ଲାଣ୍ଟ ସ୍ଥାପନା ପାଇଁ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଏହି ସମୟରେ ମମତା ବାନାର୍ଜୀ ବିରୋଧୀ ଦଳରେ ଥିଲେ ଏବଂ ବାମପନ୍ଥୀ ସରକାରର ନୀତିକୁ ବିରୋଧ କରିଥିଲେ । ଏହା ସହିତ ନାନୋ ପ୍ରୋଜେକ୍ଟ ମଧ୍ୟ ବିରୋଧ କରିଥିଲେ । ପରେ ମମତା ବାନାର୍ଜୀଙ୍କ ଟିଏମସି ପାର୍ଟି ଶାସନକୁ ଆସିବା ପରେ ଟାଟା ମୋଟର୍ସକୁ ବଡ଼ ଝଟକା ଲାଗିଥିଲା ।  

ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ଦାୟିତ୍ବ ସମ୍ଭାଳିବା ପରେ ଏକ ନୂଆ ଆଇନ୍ ଆଣି ସିଙ୍ଗୁର ଅଞ୍ଚଳର ପ୍ରାୟ ହଜାରେ ଏକର ଜମିକୁ ୧୩ ହଜାର କୃଷକଙ୍କୁ ଫେରାଇ ଦେଇଥିଲେ ।  ଏହି ଜମି ବାମପନ୍ଥୀ ସରକାର ଥିବା ବେଳେ ଅଧିଗ୍ରହଣ କରାଯାଇ ଟାଟା ମୋଟର୍ସକୁ ପ୍ରଦାନ କରାଯାଇଥିଲା । ଏହି ପୂରା ଘଟଣାକ୍ରମ ପରେ ଟାଟା ମୋଟର୍ସ ପଶ୍ଚିମବଙ୍ଗାରୁ ନାନୋ ପ୍ଲାଣ୍ଟ ପ୍ରୋଜେଟକୁ ଗୁଜରାଟକୁ ସ୍ଥାନାନ୍ତର କରିଥିଲେ ।

ପ୍ରବଳ ରାଜନୈତିକ ଚାପ ଯୋଗୁଁ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବା ଆଗରୁ ବନ୍ଦ ହୋଇଯାଇଥିଲା । ତେବେ ନିବେଶ ବାବଦରେ କ୍ଷତିପୂରଣ ଦାବି କରିଥିଲା ଟାଟା ମୋଟର୍ସ । ଏହି ଦାବିକୁ ଯୁକ୍ତିଯୁକ୍ତ ଦର୍ଶାଇ ପଶ୍ଚିମବଙ୍ଗ ଇଣ୍ଡଷ୍ଟ୍ରିଆଲ୍ ଡେଭଲପମେଣ୍ଟ କର୍ପୋରେସନ ଲିମିଟେଡକୁ ପ୍ରାୟ ୭୬୬ କୋଟି ଟଙ୍କା କ୍ଷତିପୂରଣ ଦେବାରୁ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଛନ୍ତି ।

   Related Posts