ସଂସ୍କୃତି ନାଁରେ ଅପପ୍ରଚାର, ନାମ ସଂକୀର୍ତ୍ତନରେ ନାବାଳକ ନାଚିଲେ ନାଗୀନ୍ ଡ୍ୟାନ୍ସ

Published By : Prameya-News7 Bureau | November 11, 2022 IST

ସାନଖେମୁଣ୍ଡି ୧୧/୧୧: ଧର୍ମକୁ ଆଖିଠାର । ସଂସ୍କୃତି ନାଁରେ ଅପପ୍ରଚାର । ନାମ ସଂକୀର୍ତ୍ତନ ମଣ୍ଡପରେ ନାଚୁଛନ୍ତି ନାଗିନ ଡ୍ୟାନ୍ସ । ତେବେ ଏହି ଡ୍ୟାନ୍ସ କରିଛନ୍ତି ନାବାଳକ । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏମିତି ଦୃଶ୍ୟ । ଗଞ୍ଜାମ ସାନଖେମୁଣ୍ଡିର ଘଟଣାକୁ ନେଇ ସବୁଠି ଚର୍ଚ୍ଚା । ଯାହା କି ସାମାଜିକ ଗଣ ମାଧ୍ୟମରେ ବେଶ ଭାଇରାଲ ହେବାରେ ଲାଗିଛି ।

wp:html /wp:html

ହିଂଜିଳିକାଟୁ ରଥ ତୋଟା ସାହିରେ ନଜର ଆସିଥିଲା ଏମିତି ଦୃଶ୍ୟ । କାର୍ତ୍ତିକ ମାସରେ ପ୍ରତି ଗାଁ ଗଳି କନ୍ଦି ନାମ ସଂକୀର୍ତ୍ତନ ଅନୁଷ୍ଠିତ ହୁଏ । ଆସ୍ଥାୟୀ ମଣ୍ଡପ କରାଯାଏ । ସେହି ମଣ୍ଡପରେ କାର୍ତ୍ତିକ ମାସ ସାରା ନାମ ଭଜନ ଜଣାଣ ହୁଏ । ଗାଁ ଗହଳି ଆଧ୍ୟାତ୍ମିକତା ପରିବେଶ ଦେଖା ଦେଇଥାଏ । ହେଲେ କିଛି ନାବାଳକ ଧର୍ମ ସଂସୃତିକ ହରାଇଛନ୍ତି ପଦ ମର୍ଯ୍ୟାଦା । ଯାହା କି ନିନ୍ଦନୀୟ ବୋଲି କୁହାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.