ପ୍ରଦୀପଙ୍କ ବହିଷ୍କାର ପରେ ଖୁସି ମନାଇଲେ ନନ୍ଦିନୀଙ୍କ ସମର୍ଥକ: ଗାଁରେ ବାଣ୍ଟିଲେ ମିଠା
29/11/2020 at 10:00 PM

ସାନଖେମୁଣ୍ଡି୨୯/୧୧: ଗୋପାଳପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡ଼ଃ ପ୍ରଦୀପ ପାଣିଗ୍ରାହୀ ବିଜେଡ଼ିରୁ ବହିଷ୍କୃତ ହେବା ପରେ ସାନଖେମୁଣ୍ଡି ବିଜେଡ଼ି ରାଜନୀତିରେ ପ୍ରଭାବ ପଡିଛି। ଖାଲି ସେତିକି ନୁହେଁ, ସାନଖେମୁଣ୍ଡିରେ ବିରୋଧୀ ଖୁସି ମନାଇଛନ୍ତି। ଧରାକୋଟ ରାଜମାତା ତଥା ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀ ଗତ ନିର୍ବାଚନରେ ପରାଜୟ ପାଇଁ ତାଙ୍କ ସମର୍ଥକମାନେ ପ୍ରଦୀପଙ୍କୁ ଦାୟୀ କରିଥିଲେ।

ଏକଦା ବିଜେପିରୁ ବିଜେଡ଼ିକୁ ଆସି ୨୦୧୪ ନିର୍ବାଚନରେ ୮ ହଜାର ଭୋଟରେ ବିଜୟୀ ହୋଇଥିଲେ ନନ୍ଦିନୀ ଦେବୀ।

୨୦୧୯ ସାଧାରଣ ନିର୍ବାଚନରେ ପ୍ରାୟ ୨୩ ହଜାର ଭୋଟରେ ନିକଟତମ ପ୍ରତିଦ୍ବନ୍ଦୀ କଂଗ୍ରେସ ପ୍ରାର୍ଥୀ ରମେଶ ଚନ୍ଦ୍ର ଜେନାଙ୍କଠୁ ହାରିଥିଲେ। ପ୍ରଦୀପଙ୍କ ବହିଷ୍କାର ବହୁ ପୂର୍ବରୁ ହେବା କଥା ବୋଲି ରାଣୀଙ୍କ ସମର୍ଥକମାନେ ସୋସିଆଲ ମିଡିଆରେ ମତ ପ୍ରକାଶ କରିଛନ୍ତି।
Related Posts
ବାଇକ୍ ଓ କାର୍କୁ ଧକ୍କା ଦେଲା ପିକ୍ଅପ୍ ଭ୍ୟାନ୍, ୬ ଆହତ
4 February 2023
ବାଇକ୍ ଡିକି ଭାଙ୍ଗି ଟଙ୍କା ଓ ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
3 February 2023