ଧର୍ମେନ୍ଦ୍ର ପ୍ରଧାନଙ୍କୁ ନନ୍ଦୀଗ୍ରାମ ଦାୟିତ୍ବ : କହିଲେ, ‘ଆମେ ଜିତିବୁ, ପଶ୍ଚିମବଙ୍ଗରେ ଏଥର ପରିବର୍ତ୍ତନ’

Published By : Prameya-News7 Bureau | March 12, 2021 IST

କୋଲକାତା ୧୨/୦୩ : ପଶ୍ଚିମବଙ୍ଗରେ ସତ୍ତାକୁ ଆସିବାକୁ ଜୋରଦାର କସରତ ଚଳାଇଛି ବିଜେପି । ଆଉ ମାତ୍ର କିଛି ଦିନ ପରେ ରାଜ୍ୟରେ ନିର୍ବରଚନ ହେବାକୁ ଥିବାବେଳେ ଦଳୀୟ ପ୍ରଚାର ଏବଂ ସମାବେଶ ଆରମ୍ଭ ହୋଇଗଲାଣି । କିନ୍ତୁ ସମସ୍ତଙ୍କ ନଜର ରହିଛି ନନ୍ଦୀଗ୍ରାମ ବିଧାନସଭା କ୍ଷେତ୍ର ଉପରେ । କାରଣ ସେଠାରୁ ପ୍ରତିଦ୍ବନ୍ଦିତା କରୁଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ବିଜେପି ହେଭିଓ୍ବେଟ୍‌ ଶୁଭେନ୍ଦୁ ଅଧିକାରୀ ।

ବିଜେପିକୁ ଜିତେଇବା ପାଇଁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନନ୍ଦୀଗ୍ରାମ ପ୍ରଭାରୀ ଭାବେ ଦାୟିତ୍ବ ଦିଆଯାଇଛି । ପ୍ରଭାରୀ ଦାୟିତ୍ବ ମିଳିବା ପରେ ଧର୍ମେନ୍ଦ୍ର କହିଛନ୍ତି, ‘ ଆମେ ନନ୍ଦୀଗ୍ରାମରେ ଜିତିବୁ । ପଶ୍ଚିମବଙ୍ଗରେ ଏଥର ପରିବର୍ତ୍ତନ ହେବ । ବେଙ୍ଗଲରେ ଯେତେବେଳେ ବି ସରକାର ପରିବର୍ତ୍ତନ ହୋଇଛି ସେତେବେଳେ ମୁଖ୍ୟମନ୍ତ୍ରୀ ହାରିଛନ୍ତି । ଏଥର ମଧ୍ୟ ତାହା ହିଁ ହେବ ।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.