ଆସାମ ପର୍ଯ୍ୟଟକଙ୍କୁ ନିସ୍ତୁକ ପିଟିଲେ ନନ୍ଦନକାନନ କର୍ମଚାରୀ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ୍

Published By : Prameya-News7 Bureau | October 12, 2019 IST

ଭୁବନେଶ୍ବର ୧୨|୧୦: ଆସାମ ପର୍ଯ୍ୟଟକଙ୍କୁ ପିଟିଲେ ନନ୍ଦନକାନନ କର୍ମଚାରୀ । କର୍ମଚାରୀମାନେ ମିଶି ଆସାମରୁ ଆସିଥିବା ପର୍ଯ୍ୟଟକଙ୍କୁ ମାଡ ମାରି ରକ୍ତାକ୍ତ କରିଦେଇଛନ୍ତି । ଆସାମ ଗୌହାଟୀରୁ ପରିବାର ସହ ଓଡିଶା ଆସିଥିଲେ ଜେ. କଲିତ । ସେ ପରିବାର ସହ ୧୧ତାରିଖରେ ନନ୍ଦନକାନନ ବୁଲିବା ପାଇଁ ଯାଇଥିଲେ । ସେଠାରେ ଟିକେଟ୍ କରି ଭିତରକୁ ଯାଇ ବ୍ୟାଟେରୀ ଗାଡି ପାଇଁ ଅପେକ୍ଷା କରିଥିଲେ ।

ବ୍ୟାଟେରୀ ଗାଡି ଚାଳକ ମାନେ ବାହାରର କିଛି ପର୍ଯ୍ୟଟକମାନଙ୍କ ସହ ପାଟିତୁଣ୍ଡ କରିଥିଲେ । ଫଳରେ ଜେ. କଲିତଙ୍କ ପୁଅ ଭାସ୍କର  ଓ ଭଣଜା ଜୟନ୍ତ ବ୍ୟାଟେରୀ ଗାଡି ଟିକେଟ୍ ଆଣିବା ପାଇଁ ଠିଆ ହୋଇଥିଲେ । ଏହି ସମୟରେ ଅନ୍ୟ ଜଣେ ଯୁବକ ବ୍ୟାଟେରୀ ଚାଳକଙ୍କର ଭିଡିଓ ସୁଟିଂ କରି ଘଟଣାସ୍ଥଳରୁ ପଳାଇଥିଲେ । ତେବେ ଜଣେ ଚାଳକ ଭାସ୍କର ଏବଂ ଜୟନ୍ତଙ୍କୁ ମାଡ ମାରି ଅଶ୍ଳୀଳ ଭାଷାରେ ଗାଳି ଦେଇଥିଲେ । କଣ ପାଇଁ ତୁମେ ଭିଡିଓ ଶୁଟିଂ କରୁଥିଲା ବୋଲି କହିଥିଲେ ।

ଏହାପରେ ସମସ୍ତେ ଏକାଠି ହୋଇ ଦୁଇ ଜଣଙ୍କୁ ମାଡ ମାରି ରକ୍ତାକ୍ତ କରି ଦେଇଥିଲେ । ମହିଳାମାନେ ଉଦ୍ଧାର କରିବାକୁ ଯିବା ବେଳେ ତାଙ୍କୁ ମଧ୍ୟ ଖରାପ ବ୍ୟବହାର କରିଥିଲେ । ଭାସ୍କରଙ୍କ ମୋବାଇଲ ମଧ୍ୟ ଛଡାଇ ନେଇଥିଲେ । ଏ ଦୃଶ୍ୟ ପର୍ଯ୍ୟଟକମାନେ ମୋବାଇଲରେ ଶୁଟିଂ କରି ସୋସିାଲ ମିଡିଆରେ ଭାଇରାଲ କରିଛନ୍ତି ।

ଏନେଇ ଭାସ୍କର ଏବଂ ଜୟନ୍ତ ନନ୍ଦନକାନନ ଥାନାରେ ଏତଲା ଦେଇଥିଲେ । ପୋଲିସ ଦୁଇ ଚାଳକଙ୍କୁ ଉଠାଇ ଆଣିଥିଲେ ମଧ୍ୟ କିଛି ସମୟ ପରେ ଛାଡି ଦେଇଥିବା ଅଭିଯୋଗ ହୋଇଛି । ଏନେଇ ପୋଲିସକୁ ପଚାରିବା ପରେ ସେ ମଧ୍ୟ ଖରାପ ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଘଟଣା ସଂପର୍କରେ ଆଇଆଇସି କହିଛନ୍ତି ମୋ ପାଖରେ ଖବର ନାହିଁ ।

wp:core-embed/youtube {"url":"https://www.youtube.com/watch?v=pzuZmGspLnc","type":"video","providerNameSlug":"youtube","className":"wp-embed-aspect-16-9 wp-has-aspect-ratio"}
https://www.youtube.com/watch?v=pzuZmGspLnc
/wp:core-embed/youtube

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.