ନନ୍ଦନକାନନରେ ଜମିଲାଣି ପର୍ଯ୍ୟଟକଙ୍କ ଭିଡ, ଡିସେମ୍ବର ୨୫ ଓ ଜାନୁଆରୀ ପହିଲାରେ ଖୋଲା ରହିବ ପ୍ରାଣୀ ଓ ଉଦ୍ଭିଦ ଉଦ୍ୟାନ

Published By : Prameya-News7 Bureau | December 22, 2023 IST

ବାରଙ୍ଗ ୨୨।୧୨: ପର୍ଯ୍ୟଟନ ଋତୁ ଆରମ୍ଭରୁ ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧିପାଇବାରେ ଲାଗିଥିବା ବେଳେ ନନ୍ଦନକାନନର ପ୍ରାଣୀ ଓ ଉଦ୍ଭିଦ ଉଦ୍ୟାନକୁ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଉଛି । ଡିସେମ୍ବର ୨୫ ଓ ଜାନୁଆରୀ ପହିଲା ସୋମବାର ପଡ଼ୁଥିବାରୁ ସେହି ଦିନ ଖୋଲା ରହିବ । ଏହାର ପରଦିନ ଅର୍ଥାତ ମଙ୍ଗଳବାର ଦୁଇ ଉଦ୍ୟାନ ବନ୍ଦ ରହିବା ନେଇ ନନ୍ଦନକାନନ ପକ୍ଷରୁ ସୂଚନା ମିଳିଛି ।

ତେବେ ବର୍ଷର ଶେଷ ସପ୍ତାହ ଓ ବର୍ଷର ପ୍ରଥମ ସପ୍ତାହ  ଅଧିକ ଭିଡ଼ ହେବାକୁ ଦୃଷ୍ଟି ରଖି ନନ୍ଦନକାନନରେ ବ୍ୟାପକ ପ୍ରସ୍ତୁତି ଚାଲିଛି । ନନ୍ଦନକନନର ଉଭୟ ଉଦ୍ୟାନକୁ ବୁଲିବାକୁ  ଆସୁଥିବା ପର୍ଯ୍ୟଟକ ଅନଲାଇନ କିମ୍ବା  ହ୍ୱାଟସ୍‌ ଆପ୍‌ ମାଧ୍ୟମରେ ନନ୍ଦନକାନନ ପ୍ରବେଶ ଟିକେଟ କାଟିବାକୁ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଫଳରେ ପର୍ଯ୍ୟଟକ ଭିଡ଼ରେ  ନଫସି ସହଜରେ ନନ୍ଦନକାନନ ବୁଲିବାର ଲାଭ ଉଠାଇ ପାରିବେ । ଟିକେଟ କାଉଣ୍ଟର ନିକଟରେ ଗହଳି କମାଇବା ପାଇଁ କିଛି  ଅସ୍ଥାୟୀ ଟିକେଟ କାଉଣ୍ଟର ଖୋଲାଯିବ । ପ୍ଲାଷ୍ଟିକ ଜରି ଓ ବୋତଲ ପରିଚାଳନା  ପାଇଁ ଅଧିକ କାଉଣ୍ଟର ଖୋଲାଯିବ । ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଡାକ୍ତରୀ ଦଳ ସହିତ ଅଗ୍ନିଶମ ବିଭାଗ ସଜାଗ ରହିବେ ।  ପକେଟମାରୁ ଓ ଗଣ୍ଡଗୋଳକୁ ଦୃଷ୍ଟିରେ  ରଖି ସିସିଟିଭିରେ ନଜର ରଖିବା ସହିତ  ପୋଲିସ ମୁତୟନ କରାଯିବ  । ପ୍ରାୟ ଏକ ପ୍ଲାଟୁନ ପୋଲିସ ଫୋର୍ସ ସହିତ ଅଫିସର  ନିଯୁକ୍ତି ହେବେ । ମୁଖ୍ୟ ରାସ୍ତାରେ ଟ୍ରାଫିକ  ସମସ୍ୟାକୁ ରୋକିବା ପାଇଁ ଟ୍ରାଫିକ ପୋଲିସ  ମୁତୟନ ହେବେ ।

ତେବେ ଚଳିତ ପର୍ଯ୍ୟଟନ ୠତୁରେ ପର୍ଯ୍ୟଟକ ପ୍ରାଣୀ ଉଦ୍ୟାନରେ ୪ଟି  ବାଘ, ଭାଲୁ, ସିଂହ, ତୃଣଭୋଜି ସଫାରୀ ବୁଲିବା ସହିତ ରୋପୱ, ଶିଶୁ ରେଳଗାଡ଼ି, ନୌକା ବିହାର, ଖୁଆଡ଼ରେ ହୁଲୁକ ଗିବନ, ୱାଲାବି (ଛୋଟ କଙ୍ଗାରୁ), କାଶୁଆରୀ  ଭଳି ନୂତନ ପକ୍ଷୀମାନଙ୍କୁ ଦେଖିବାର  ସୁଯୋଗ ପାଇପାରିବେ ।

You Can Read :

wp:embed {"url":"https://www.prameyanews7.com/unknown-miscreants-murdered-youth-in-balangir-district/","type":"wp-embed","providerNameSlug":"prameya-news-7"}
https://www.prameyanews7.com/unknown-miscreants-murdered-youth-in-balangir-district/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.