ନନ୍ଦନକାନନରେ ନୂଆ ଅତିଥି, ଛତିଶଗଡରୁ ଆସିଲେ ୪ଟି ଅଣ୍ଡିରା ସିଂହ

Published By : Prameya-News7 Bureau | March 18, 2020 IST

ବାରଙ୍ଗ୧୮।୩: ନନ୍ଦନକାନନ ପାଇଁ ଏକ ଖୁସି ଖବର । ନନ୍ଦନକାନନକୁ ଆସିଛନ୍ତି ଆଉ ୪ଟି ନୂଆ ଅତିଥି । ଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ବିଳାସପୁର କାନନପେଣ୍ଡାରୀ ଚିଡିଆଖାନାରୁ ୪ଟି ଏସିଆଟିକ୍ ଅଣ୍ଡିରା ସିଂହ ଆସିଛନ୍ତି। ବଦଳରେ ୫ଟି ବିଲୁଆ ନନ୍ଦନକାନନରୁ କାନନପେଣ୍ଡାରୀ ଚିଡିଆଖାନାକୁ ଯାଇଛନ୍ତି । ଏହି ୪ଟି ସିଂହ ଆସିବା ପରେ ନନ୍ଦନକାନନରେ ସିଂହ ସଂଖ୍ୟା ୧୫କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ ୮ଟି ଅଣ୍ଡିରା ଓ ୭ଟି ମାଇ ସିଂହ ଅଛନ୍ତି ।

{"id":240132,"width":580,"height":405,"sizeSlug":"large"}

ସେପଟେ ମଙ୍ଗବାର ବିଳମ୍ବିତ ରାତିରେ ନନ୍ଦନକାନନ ଖୁଆଡ ନଂ୬ ରେ ରହୁଥିବା କଲରାପତରିଆ ବାଘ ‘ସୁରଜ’ର ମୃତ୍ୟୁ ଘଟିଛି । ‘ସୁରଜ’ର ମୃତ୍ୟୁ ପରେ ନନ୍ଦନକାନନରେ ବାଘଙ୍କ ସଂଖ୍ୟା ୬କୁ ହ୍ରାସ ପାଇଛି । ଗତ ଦୁଇମାସ ହେଲା ପେଟ ରୋଗରେ ପୀଡିତ ଥିଲେ ‘ସୁରଜ’ । ଦୀର୍ଘଦିନ ଧରି ଚିକିତ୍ସାଧିନ ଅବସ୍ଥାରେ ମଙ୍ଗଳବାର ଦିନ ମୃତ୍ୟୁ ହୋଇଛି । ମୃତ କଲରାପତରିଆ ବାଘର ଆନୁମାନିକ ବୟସ ୧୫ ବର୍ଷ । ସୁରଜ ଦୁଇ ମାସର ଥିବାବଳେ ଅସହାୟ ହୋଇ ଭଞ୍ଜନଗରରେ ଜଜଙ୍ଗଲରେ ବୁଲୁଥିବା ବେଳେ ଗତ ଜୁଲାଇ ୨୦୦୪ ମସିହାରେ ବନବିଭାଗ ତାକୁ ଉଦ୍ଧାର କରି ନନ୍ଦନକାନନ ଆଣିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.