କୃଷକ ଆନ୍ଦୋଳନରେ ସାମିଲ ହେଲେ ଅଭିନେତା ନାନା ପାଟେକର: କହିଲେ 'କିଛି ମାଗନି, ସରକାର କିଏ ଗଢିବ ତାହା ସ୍ଥିର କର'

Published By : Prameya-News7 Bureau | March 05, 2024 IST

ନୂଆଦିଲ୍ଲୀ ୦୫/୦୩: କୃଷକ ଆନ୍ଦୋଳନରେ ସାମିଲ ହେଲେ ଅଭିନେତା ନାନା ପାଟେକର । କୃଷକଙ୍କ ସପକ୍ଷରେ ବାହାରି ସେ କହିଛନ୍ତି ସରକାରଙ୍କୁ କିଛି ମାଗନି, ଚାଷୀ ଭାଇ ମାନେ ଠିକ୍ ନିଷ୍ପତ୍ତି ନିଅନ୍ତୁ କିଏ ଗଢିବ ସରକାର । ନାନା ପାଟେକରଙ୍କ ଏହି ବୟାନ ଏବେକାର ନୁହେଁ । ପୂର୍ବରୁ ବି ଅନେକ ଥର ନାନା ପାଟେକର ଚାଷୀଙ୍କ ସମର୍ଥନରେ ବାହାରିଛନ୍ତି ।

ଆନ୍ଦୋଳନରେ ସାମିଲ ହୋଇ ଅଭିନେତା କହିଛନ୍ତି, ପୂର୍ବରୁ ୮୦ରୁ ୯୦% ଚାଷୀ ଥିଲେ । ଏବେ ଏହା ହ୍ରାସ ପାଇ ୫୦%ରେ ପହଞ୍ଚିଲାଣି । ସରକାରଙ୍କ ଠାରୁ କିଛି ମାଗିବା ଦରକାର ନାହିଁ ବରଂ ଚାଷୀ ଭାଇ ସ୍ଥିର କରନ୍ତୁ କାହାକୁ ସରକାରକୁ ଆଣିବେ । ଏହାସହ ରାଜନୀତିରେ ସାମିଲେ ହେବା ନେଇ ପ୍ରତିକ୍ରିୟା ରଖିଛନ୍ତି ନାନା ପାଟେକର ।

ସେ କହିଛନ୍ତି ମୁଁ ରାଜନୀତିରେ ଆସିପାରିବି ନାହିଁ । କାରଣ ମୋ ପେଟରେ ଯାହା ମୁହଁରେ ତାହା । ଆଉ ଯଦି ମୁଁ କହିଲି, ତେବେ ରାଜନୈତିକ ଦଳ ଗୁଡିକ ମୋତେ ଦିନ କେଇଟାରେ ବାହାର କରିଦେବେ । ମାସେ ମଧ୍ୟରେ ସବୁ ପାର୍ଟିରୁ ବହିଷ୍କାର ହୋଇସାରିଥିବି । କିନ୍ତୁ ଚାଷୀ ଭାଇଙ୍କ ସାମ୍ନାରେ ହୃଦୟର କଥା କହିପାରିବି । ଯିଏ ଏବେ ଆମକୁ ଖାଦ୍ୟ ଦେଉଛି ତାହା କଥା ବୁଝିବାକୁ କେହି ନାହାନ୍ତି ।

ତେଣୁ ଆମେ କାହିଁକି ସରକାର କଥା ଚିନ୍ତା କରିବୁ । ନାନା ପାଟେକର ସବୁବେଳେ ଚାଷୀ ଆତ୍ମହତ୍ୟାକୁ ନେଇ ଚିନ୍ତାପ୍ରକଟ କରିଛନ୍ତି । ଚାଷୀମାନେ ଯେପରି ଆତ୍ମହତ୍ୟା ନ କରିବେ ସେଥିପ୍ରତି ବାରମ୍ବାର ସଚେତନତା କରି ଆସୁଛନ୍ତି । ଏଥିପାଇଁ ଏକ ସଂସ୍ଥା ଖୋଲି ଚାଷୀଙ୍କ ପାଖକୁ ଯାଇ ସଚେତନ କରୁଛନ୍ତି । ସେ ଆହୁରି କହିଛନ୍ତି ଯଦି ମୋର ପୁର୍ନଜନ୍ମ ହୁଏ ତେବେ ନିଶ୍ଚୟ ଭାବେ କୃଷକ ହୋଇ ଜନ୍ମନେବି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.