ପାର୍ଲ୍ୟାମେଣ୍ଟରୁ ହଟିଲା ଅଟଳ ଓ ଆଡଭାନୀଙ୍କ କକ୍ଷ, କାଢିନିଆଗଲା ନାମଫଳକ

Published By : Prameya-News7 Bureau | July 20, 2021 IST

ନୂଆଦିଲ୍ଲୀ ୨୦।୭: ସଂସଦ ଭବନରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରି ବାଜପେୟୀ ଓ ବିଜେପି ସଂସ୍ଥାପକ ଲାଲକୃଷ୍ଣ ଆଡଭାନୀଙ୍କ କକ୍ଷରୁ ସେମାନଙ୍କ ନାମଫଳକ ହଟାଇ ଦିଆଯାଇଛି। ବାଜପେୟୀ ଆଉ ଇହଲୋକରେ ନାହାନ୍ତି। ସେହିପରି ଲାଲକୃଷ୍ଣ ଆଡଭାନୀ ମଧ୍ୟ ସଂସଦ ସଦସ୍ୟ ନହାନ୍ତି। ଉଭୟ ରାଷ୍ଟ୍ରନେତା ସଂସଦ ଭବନର ୪ନମ୍ବର କକ୍ଷକୁ ଉପଯୋଗ କରୁଥିଲେ। ଏହି କକ୍ଷରେ ଏନଡିଏ ସଭାପତିଙ୍କ କାର୍ଯ୍ୟାଳୟ ମଧ୍ୟ ଥିଲା। କେନ୍ଦ୍ରରେ ମନମୋହନ ସିଂହଙ୍କ ୟୁପିଏ ସରକାର କାଳରେ ମଧ୍ୟ ଏହି କକ୍ଷକୁ ସଂରକ୍ଷିତ ରଖାଯାଇଥିଲା। ୧୭ ବର୍ଷ ପରେ କକ୍ଷରୁ ଏନଡିଏ ସଭାପତିଙ୍କ ସମେତ ଅଟଳ ଓ ଆଡଭାନୀଙ୍କ ନାମ ଫଳକକୁ ମଧ୍ୟ କାଢି ନିଆଯାଇଛି।

{"id":483442,"width":839,"height":901,"sizeSlug":"large","linkDestination":"none"}

ବିଜେପିର ଗତ ସରକାର ସମୟରେ ଲାଲକୃଷ୍ଣ ଆଡଭାନୀ ତାଙ୍କର ଚିରାଚରିତ ୪ ନମ୍ବର କକ୍ଷର ଉପଯୋଗ କରୁଥିଲେ। ପୂର୍ବରୁ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏହି କକ୍ଷକୁ ବ୍ୟବହାର କରୁଥିଲେ। ତାଙ୍କ ପରେ ଆଡଭାନୀ ଏହାକୁ ଉପଯୋଗ କରିଆସୁଥିଲେ। ତେବେ ଏହି କକ୍ଷକୁ ଏବେ ବିଜେପିର ରାଜ୍ୟସଭା ସାଂସଦ ତଥା ଜାତୀୟ ସଭାପତି ଜେ.ପି.ନଡ୍ଡା ଉପଯୋଗ କରିବେ। ନଡ୍ଡା ଏ ପର୍ଯ୍ୟନ୍ତ ଥାବରଚନ୍ଦ ଗେହଲୋତଙ୍କ ସହ ସଂସଦର ଗୋଟିଏ କକ୍ଷରେ କାର୍ଯ୍ୟ କରିଆସୁଥିଲେ।

{"id":483447,"sizeSlug":"large","linkDestination":"none"}

ଏବେ ସଂସଦରେ ଗହଲୋତଙ୍କ ରୁମ ପିୟୁଷ ଗୋୟଲଙ୍କୁ ଆବଣ୍ଟିତ କରାଯିବ। ଉଲ୍ଲେଖ ଯୋଗ୍ୟ ଯେ ୨୦୧୯ରୁ ପାଖାପାଖି ୨ ବର୍ଷ ପର୍ଯ୍ୟନ୍ତ ପାର୍ଲ୍ୟାମେଣ୍ଟର ରୁମ ନମ୍ବର ୪ ଖାଲି ପଡିଥିଲା। ସେଠାକୁ କେହି ଯାଉନଥିଲେ। ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏହି ରୁମର ଖୁବ୍ କମ ଉପଯୋଗ କରିଥିଲେ। ତେବେ ଲାଲକୃଷ୍ଣ ଆଡଭାନୀ ସଂସଦର ଏହି କୋଠରୀରେ ପ୍ରାୟ ବସାଉଠା କରନ୍ତି। ଗତ ୟୁପିଏ ସରକାରରେ ଏହି କଖ୍ୟର କୌଣସି ଉପଯୋଗ ହୋଇ ନଥିଲା। ଏଣୁ ନେତାଙ୍କ ନାମ ଫଳକ ମଧ୍ୟ କଢା ଯାଇ ନଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.