ଲୁଲୁ ମଲ୍‌ରେ ନମାଜ ପାଠ; ଭିଡିଓ ଭାଇରାଲ୍ ପରେ ହିନ୍ଦୁ ପକ୍ଷର ବିରୋଧ

Published By : Prameya-News7 Bureau | July 14, 2022 IST

ଲକ୍ଷ୍ନୌ: ସର୍ବସାଧାରଣ ସ୍ଥାନରେ ନମାଜ ପଢ଼ିବା ନେଇ ଦେଶରେ ଅନେକ ସମୟରେ ଗୋଟିଏ ପକ୍ଷ ଅନ୍ୟ ପକ୍ଷ ମଧ୍ୟରେ ବିବାଦ ଓ ଅଶାନ୍ତି ଲାଗି ରହିଛି। ଗତ ପରଦିନ (ଜୁଲାଇ ୧୨) କିଛି ଲୋକ ଉତ୍ତର ପ୍ରଦଶର ଲୁଲୁ ମଲ୍‌ର ଏକ ସ୍ଥାନରେ ନମାଜ ପଢ଼ିବାକୁ ନେଇ ବିବାଦ ଲାଗି ରହିଛି। 

ମାତ୍ର କିଛିଦିନ ତଳେ ଲୁଲୁ ମଲ୍‌କୁ ଉଦ୍‌ଘାଟନ କରିଥିଲେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ। ଉଦ୍‌ଘାଟନ ପରେ ହଜାର ହଜାର ସଂଖ୍ୟାରେ ଲୋକ ଏହି ମଲ୍‌କୁ ଆସିଥିଲେ। ହେଲେ ଗତ ୧୨ ତାରିଖ ଦିନ କିଛି ଲୋକ ଏଠାରେ ନମାଜ ପଢ଼ିବା ପରେ ଭିଡିଓ ଭାଇରାଲ୍‌ ହୋଇଛି। ଏହି ଘଟଣାକୁ ନେଇ ଗୁରୁବାର ଅଖିଳ ଭାରତୀୟ ହିନ୍ଦୁ ମହାସଭା ପକ୍ଷରୁ ବିରୋଧ କରାଯାଇଛି। ହିନ୍ଦୁ ପକ୍ଷ ଏହି ମଲ୍‌କୁ ବୟକଟ୍ କରିବା ପାଇଁ ସଂଘ ଆହ୍ୱାନ ଦେଇଛି।

wp:html /wp:html

ଏହାକୁ ନେଇ ହିନ୍ଦୁ ମହାସଭା ଜାତୀୟ ପ୍ରବକ୍ତା ଶିଶିର ଚତୁର୍ବେଦୀ କହିଛନ୍ତି “ ଲୁଲୁ ମଲ୍‌ରେ ଚଟଣାରେ ବସି କିଛି ଲୋକ ନମାଜ ପାଠ କରିଛନ୍ତି। ଯାହାର ଭିଡିଓ ଦର୍ଶାଉଛି ଯେ ମଲ୍‌ରେ ସରକାରୀ ନିର୍ଦ୍ଦେଶର ଉଲ୍ଲଂଘନ କରାଯାଇଛି। କାରଣ ସର୍ବସାଧାରଣ ସ୍ଥାନରେ ନମାଜ ପଢ଼ାଯାଇପାରିବ ନାହିଁ ବୋଲି ସରକାର ନିର୍ଦ୍ଦେଶ ଦେଇଥିଲା।”

ସେ ଆହୁରି କହିଛନ୍ତି “ମୁଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଅନୁରୋଧ କରୁଛି ଯେ ସେ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ। ଏବଂ ଯେମିତି ଏଭଳି ଘଟଣାର ପୁନର୍ବାର ନ ହୁଏ ତାହା ସୁନିଶ୍ଚିତ କରନ୍ତୁ।” କେବଳ ସେତିକି ନୁହେଁ ଏନେଇ ସଂଗଠନ ପକ୍ଷରୁ ଲକ୍ଷ୍ନୌ ପୁଲିସ ପାଖରେ ଏକ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି। ଭିଡିଓ ଭାଇରାଲ୍ ହେବା ପରେ ସୋସିଆଲ୍ ମିଡିଆରେ ଏହାକୁ କଡ଼ା ନିନ୍ଦା କରାଯାଇଛି। ଲୋକମାନେ ଭିଡିଓ ଶେୟାର କରିବା ଅସନ୍ତୋଶ ବ୍ୟକ୍ତ କରିଛନ୍ତି।  

ଲୁଲୁ ମଲ୍-

ଗତ ରବିବାର (ଜୁଲାଇ ୧୦) ତାରିଖରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଏହି ମଲ୍‌କୁ ଉଦ୍‌ଘାଟନ କରିଥିଲେ। ବୁଧବାର ପାଖାପାଖି ଏକ ଲକ୍ଷ ଲୋକ ମଲ୍‌କୁ ଭ୍ରମଣର ଯାଇଥିଲେ। ଏହି ମଲ୍‌ରେ ୩୦୦ ତେଜରାତି ଦୋକାନ ରହିଛି। ମଲ୍‌ଟି ୨.୨ ମିଲିୟନ ସ୍କୋୟାରଫିଟ୍ ହୋଇଥିବା ବେଳେ ୧୧ ଥାକିଆ ପାର୍କି ପ୍ଲେସ୍ ନିର୍ମାଣ କରାଯାଇଛି।

ଲୁଲୁ ଗ୍ରୁପ ୱେବ୍‌ସାଇଟର ସୂଚନା ଅନୁସାରେ, ଏହାର ଏମ୍‌ଡି ଏମ୍‌ଏ ୟୁସୁଫ ଅଲ୍ଲୀ ହୋଇଥିବା ବେଳେ ଏହି ଗ୍ରୁପର୍‌ ବାର୍ଷିକ ଆୟ ୮ ବିଲିୟନ। ଅରବ ଦେଶଗୁଡ଼ିକରେ ବଡ଼ ଆକାରରେ ଏହି ଗ୍ରୁପ୍‌ରେ ବ୍ୟବସାୟ ରହିଛି। ମୁଖ୍ୟତଃ ୟୁନାଇଟେଡ୍ ଆରବ ଏମିରେଟ୍ସ କମ୍ପାନୀର ବ୍ୟବସାୟ ରହିଥିବା ବେଳେ ଏହାର ମୁଖ୍ୟାଳୟ ଅବୁଧାବିରେ ରହିଛି। ମଧ୍ୟପ୍ରାଚ୍ୟ ଦେଶ, ଏସିଆ, ଆମେରିକା ଓ ୟୁରୋପରେ ୨୨ଟି ଦେଶରେ ଏହି ଗ୍ରୁପର ବ୍ୟବସାୟ ରହିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.