ତିନିଦିନ ବ୍ୟାପୀ ସଂସାରର ମଙ୍ଗଳ ନିମନ୍ତେ ନାମ ସଂକୀର୍ତ୍ତନ, ଯୋଗଦେଲେ ପଦ୍ମଶ୍ରୀ ବାବା ବଳିଆ

Published By : Prameya-News7 Bureau | October 22, 2022 IST

ଚଣ୍ଡିଖୋଲ, ୨୨/୧୦: ଯାଜପୁର ଜିଲ୍ଲା ଛତିଆ ଅଞ୍ଚଳର ଗୋପପୁର ଛକ ଅନନ୍ତ ବଳିଆ ନିବାସ ଠାରେ ସଂସାରର ମଙ୍ଗଳ ନିମନ୍ତେ ତିନିଦିନ ବ୍ୟାପୀ ନାମ ସଂକିର୍ତ୍ତନ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ନାମ ସଂକ୍ରୀତ୍ତନରେ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ବାବା ବଳିଆ ଯୋଗଦାନ କରିଥିଲେ । ପବିତ୍ର ନାମ ଯଜ୍ଞାନୁଷ୍ଠାନରେ ବଳିଆଙ୍କୁ ପାଛୋଟି ନେବା ସହ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା ।

wp:html https://youtu.be/Mx8mfRQKmrE /wp:html

ସଂସାରର ମଙ୍ଗଳ ସହ ନାମ ଯଜ୍ଞ ନିତ୍ୟାନ୍ତ ଆବଶ୍ୟକ ବୋଲି ବାବା ବଳିଆ ଭକ୍ତ ମାନଙ୍କୁ କହିଥିଲେ । ସ୍ଥାନୀୟ ଅଞ୍ଚଳର ଅନେକ ଶ୍ରଦ୍ଧାଳୁ ଓ ଭକ୍ତ ଯୋଗଦାନ କରିବା ସହ ବାବା ବଳିଆଙ୍କ ଆଶ୍ରିବାଦ ପ୍ରାପ୍ତ କରିଥିଲେ । ଭକ୍ତ ମାନଙ୍କ ନିମନ୍ତେ ସନ୍ଧ୍ୟାରେ ଗୁରୁ ବନ୍ଦନା, ଗାୟତ୍ରୀ ମନ୍ତ୍ର, ମହା ମନ୍ତ୍ର, ସହ ପ୍ରବଚନ ନାମ ସଂକ୍ରୀତ୍ତନ ଧୁମ୍‌ଧାମରେ ଆୟୋଜନ ହୋଇଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.