ଦେଶର ସବୁଠୁ ବଡ଼ ବୈଜ୍ଞାନିକ ସଂସ୍ଥାର ପ୍ରଥମ ମହିଳା ଡିଜି, ଜାଣନ୍ତୁ କିଏ ଏହି ମହିଳା

Published By : Prameya-News7 Bureau | August 07, 2022 IST

ନୂଆଦିଲ୍ଲୀ: ବରିଷ୍ଠ ବୈଜ୍ଞାନିକ ନଲ୍ଲାଥମ୍ୱି କଲାଇସେଲଭି ସିଏସଆଇଆରର ପ୍ରଥମ ମହିଳା ମହାନିର୍ଦ୍ଦେଶକ ହୋଇଛନ୍ତି । ସିଏସଆଇଆର ସାରା ଦେଶରେ ୩୮ଟି ଗବେଷଣା ସଂସ୍ଥାର ଏକ ସଂଘ ଅଟେ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ଏକ ନିର୍ଦ୍ଦେଶ ଅନୁସାରେ, ସେ ଶେଖର ପାଣ୍ଡେଙ୍କ ସ୍ଥାନ ନେବେ । ଉଲ୍ଲେଖଯୋଗ୍ୟ ଯେ, ଶେଖର ମାଣ୍ଡେ ଗତ ଏପ୍ରିଲ ମାସରେ ଅବସର ଗ୍ରହଣ କରିଥିଲେ । ମାଣ୍ଡେଙ୍କ ଅବସର ପରେ ବାୟୋଟେକ୍ନୋଲଜି ବିଭାଗର ସଚିବ ରାଜେଶ ଗୋଖଲେ ସିଏସଆଇଆରର ଅତିରିକ୍ତ ଦାୟିତ୍ୱ ସମ୍ଭାଳିଥିଲେ।

ଲିଥିୟମ ଆୟନ ବ୍ୟାଟେରୀ କ୍ଷେତ୍ରରେ ନିଜ କାମ ପାଇଁ ଖ୍ୟାତି ଅର୍ଜନ କରୁଥିବା କଲାଇସେଲଭି ଏବେ ତାମିଲନାଡୁର କରଇକୁଡିରେ ସିଏଲଆଇଆର-କେନ୍ଦ୍ରୀୟ ବିଦ୍ୟୁତ ରାୟାସନିକ ଅନୁସନ୍ଧାନ ସଂସ୍ଥା(ସିଇସିଆରଆଇ)ର ନିର୍ଦ୍ଦେଶକ ଅଛନ୍ତି । କଲାଇସେଲଭି ଏହାସହ ସିଏସଆଇଆର ସଚିବ ଭାବେ ମଧ୍ୟ ଦାୟିତ୍ଲ ସମ୍ଭାଳିବେ । ଆସନ୍ତା ଦୁଇ ବର୍ଷ ପାଇଁ ତାଙ୍କୁ ଏହି ନିଯୁକ୍ତି ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.