ଦୀର୍ଘ ୩୧ ବର୍ଷର ଜେଲ ଦଣ୍ଡ ଭୋଗିବା ପରେ ମୁକୁଳିଲେ ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀ, ନଳିନୀ କହିଲେ- ନୂଆ ଜୀବନ ପାଇଲି

Published By : Prameya-News7 Bureau | November 12, 2022 IST

ଭେଲୋର: ଦୀର୍ଘ ୩୧ ବର୍ଷର କାରାଦଣ୍ଡ ଭୋଗିବା ପରେ ଜେଲ୍‌ରୁ ମୁକୁଳିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ୬ ହତ୍ୟାକାରୀ। ନଳିନୀ ଶ୍ରୀହରଣ, ତାଙ୍କ ସ୍ୱାମୀ ମୁରୁଗନ ଏବଂ ସନ୍ଥନ, ରବର୍ଟ ପାୟସ ଏବଂ ଜୟକୁମାର। ଗତ ପରଦିନ ସୁପ୍ରିମକୋର୍ଟ ଏହି ୫ ଜଣଙ୍କୁ ଜେଲ୍‌ରୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଆଉ ଆଜି କାଳକୋଠରୀର ଅନ୍ଧାର ଘରୁ ବାହାରି ଦୁନିଆଁର ଆଲୋକ ଦେଖିଛନ୍ତି ରାଜୀବଙ୍କ ହତ୍ୟାକାରୀ। ଅନ୍ୟ ଜଣେ ହତ୍ୟାକାରୀ ଆର୍‌ପି ରବିଚନ୍ଦ୍ରନ କେଉଁ ମୁହୂର୍ତ୍ତରେ ବି ଜେଲ୍‌ରୁ ଖଲାସ ହୋଇପାରେ।  

ଏପଟେ ଜେଲ୍‌ରୁ ମୁକୁଳିବା ପରେ ପ୍ରତିକ୍ରିୟା ରଖିଛନ୍ତି ନିଳିନୀ। ସେ କହିଛନ୍ତି " ମୋ ସ୍ୱାମୀ ଓ ଝିଅ ସହ ମୋର ଏକ ନୂଆ ଜୀବନ ହେବ। ମୁଁ ସାର୍ବଜନିକ ଜୀବନରେ ସାମିଲ ହେବି ନାହିଁ। ୩୦ ବର୍ଷରୁ ଅଧିକ ସମୟ ହେଲା ମୋତେ ସମର୍ଥନ କରୁଥିବାରୁ ତାମିଲମାନଙ୍କୁ ମୋର ଧନ୍ୟବାଦ। ମୁଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦେବି। ମୁଁ ମୋ ଝିଅ ସହ କଥା ହୋଇଛି।"


ଏହା ପୂର୍ବରୁ ମେ ମାସରେ ସୁପ୍ରିମକୋର୍ଟ ନିଜର ସ୍ୱତନ୍ତ୍ର ଅଧିକାରକୁ ବ୍ୟବହାର କରି ୭ ଅପରାଧିରୁ ଜଣେ ଏଜି ପେରାରିଭାଲନକୁ ଜେଲ୍‌ରୁ ଖଲାସ କରିଦେଇଥିଲେ। ଏହାପରେ ଅନ୍ୟମାନେ ମଧ୍ୟ କୋର୍ଟରେ ସମାନ ଆବେଦନ କରିଥିଲେ। ସମସ୍ତଙ୍କ ପାଇଁ ସମାନ ନିର୍ଦ୍ଦେଶ ଲାଗୁ ହେବ ବୋଲି ନଭେମ୍ବର ୧୧ ତାରିଖରେ କହିଥିଲେ କୋର୍ଟ।  ଏହା ପୂର୍ବରୁ ଦୋଷୀମାନଙ୍କୁ ମୁକୁଳାଇବା ପାଇଁ ୧୦୧୮ରେ ତାମିଲନାଡୁ ସରକାର ରାଜ୍ୟାପାଳଙ୍କୁ ଜଣାଇଥିଲେ।

ଆଜି ସକାଳେ ମାମଲାରେ ପାରୋଲ୍‌ରେ ଥିବା ନଳିନୀ ସ୍ଥାନୀୟ ଥାନାକୁ ଯାଇ ବାଧ୍ୟତାମୂଳକ ଇପସ୍ଥାପନ ଦେଇଥିଲେ। ଔପଚାରିକତା ପୂରା ହେବା ପରେ ନୀଳିନୀଙ୍କୁ ଛଡ଼ାଯାଇଥିଲା। ଏହାପରେ ସେ ସେଣ୍ଟ୍ରାଲ ଜେଲ୍‌କୁ ଯାଇଥିଲେ। ଯେଉଁଠି ତାଙ୍କ ସ୍ୱାମୀ ସହ ଅନ୍ୟମାନଙ୍କୁ ଜେଲ୍‌ରୁ ମୁକ୍ତ କରାଯାଇଛି।   

{"width":837,"height":515}
'It's A New Life': Nalini Sriharan, Rajiv Gandhi Case Convict, On Release

ମୁରଗନ ଓ ସନ୍ଥନ ଶ୍ରୀଲଙ୍କା ନାଗିରକ ହୋଇଥିବାରୁ ପୁଲିସ ଗାଡ଼ି ତାଙ୍କୁ ତୁରୁଚିରାପଲ୍ଲୀର ଶରଣାର୍ଥୀ କ୍ୟାମ୍ପକୁ ନିଆଯାଇଥିଲା। ସେହିପରି ପୁଝନ ଜେଲ୍‌ରୁ ମୁକୁଳିଥିବା ଅନ୍ୟ ଦୁଇ ଶ୍ରୀଲଙ୍କା ନାଗରିକ ରବର୍ଟ ପାୟସ ଏବଂ ଜୟକୁମାରଙ୍କୁ ମଧ୍ୟ ଶରଣାର୍ଥୀ କ୍ୟାମ୍ପକୁ ନିଆଯାଇ ରଖାଯାଇଛି।

ଅନ୍ୟପଟେ ନଳିନୀ ତାଙ୍କ ଝିଅ ସହ ଲଣ୍ଡନରେ ରହିବେ ନାଁ ଚେନ୍ନାଇରେ ରହିବେ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ। ସେ ଏ ବିଷୟରେ ପରାମର୍ଶ କରିବେ ବୋଲି ତାଙ୍କ ଓକିଲ ସୂଚନା ଦେଇଛନ୍ତି। ତେବେ ତାଙ୍କ ସ୍ୱାମୀ ମୁରଗନଙ୍କର ପ୍ରତ୍ୟର୍ପଣ ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବେ। ତେବେ ଅପରାଧି ସନ୍ଥାନ କିନ୍ତୁ ଶ୍ରୀଲଙ୍କା ଯିବାକୁ ଇଚ୍ଛା ପ୍ରକାଶ କରିସାରିଛି ବୋଲି ସେ କହିଛନ୍ତି।

ଗତ ପରଦିନ ସବୁ ଦୋଷୀମାନଙ୍କୁ ମୁକ୍ତ କଲାବେଳେ ସୁପ୍ରିମକୋର୍ଟ ରାୟ ଶୁଣାଇ କହିଥିଲେ ଯେ ଅପରାଧିମାନେ ସନ୍ତୋଷଜନକ ବ୍ୟବହାର ପ୍ରଦର୍ଶନ କରିଛନ୍ତି। ଡିଗ୍ରୀ ହାସଲ କରିଛନ୍ତି। ବହି ଲେଖିବା ସହିତ ସମାଜ ସେବା ଦିଗରେ ମଧ୍ୟ କାମ କରିଛନ୍ତି ବୋଲି କୋର୍ଟ କହିଥିଲେ। ତେବେ କୋର୍ଟଙ୍କ ନିର୍ଦ୍ଦେଶକୁ ବିରୋଧ କରିଛି କଂଗ୍ରେସ। ଯଦିଓ ସୋନିଆ ରାହୁଲ ଓ ପ୍ରିୟଙ୍କା ଦୋଷୀମାନଙ୍କୁ ଛାଡ଼ିଦେବା ସପକ୍ଷରେ ଅଛନ୍ତି, ଦଳ କିନ୍ତୁ ଏମାନଙ୍କ କଥାରେ ଏକମତ ନୁହେଁ ବୋଲି କଂଗ୍ରେସ କହିଛି।  

ସୂଚନା ଥାଉକି ୨୦୦୦ ମସିହାରେ ନଳିନୀଙ୍କ ଦଣ୍ଡ ହ୍ରାସ କରି ଏହାକୁ ଆଜୀବନ କାରଣ୍ଡରେ ପରିଣତ କରାଯାଇଥିଲା। ଏହାପରେ ୨୦୧୪ରେ ସମସ୍ତ ଦୋଷୀଙ୍କର ଦଣ୍ଡ କମାଇ ଆଜୀବନ କାରାଦଣ୍ଡ କରିଦିଆଯାଇଥିଲା। ସେତେବେଳେର ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜୟଲଳିତା ଦୋଷୀମାନଙ୍କୁ ମକୁଳାଇବା ପାଇଁ ସୁପାରିଶ କରିଥିଲେ।

୨୧ ମେ ୧୯୯୧ରେ ତାମିଲନାଡୁର ଶ୍ରୀପେରମବଦୁରୁରେ ରାଜୀବ ଗାନ୍ଧୀଙ୍କୁ ହତ୍ୟା କରାଯାଇଥିଲା। ସେଠାରେ ଆୟୋଜିତ ଏକ ରାଲିରେ ଲିବରେସନ ଟାଇଗର୍ସ ଅଫ୍ ତାମିଲ ଇଲମ(LTTE)ର ଆତ୍ମଘାତି ବିସ୍ଫୋରକ ରାଜୀବଙ୍କୁ ହତ୍ୟା କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.