ନୂଆଦିଲ୍ଲୀ ୨୨।୦୨: ଦୁନିଆର ପ୍ରତ୍ୟେକ ଦେଶର ନିଜସ୍ୱ ଜାତୀୟ ସଂଗୀତ ରହିଛି । ଭାରତର ଜାତୀୟ ସଂଗୀତ ହେଉଛି ‘ଜନଗଣ ମନ’ । ଏହାକୁ ଶୁଣିବା ପରେ, ସମସ୍ତଙ୍କ ମନରେ ଦେଶପ୍ରେମ ଜାଗ୍ରତ ହୁଏ, ଆଉ ସମସ୍ତେ ଗର୍ବ ଅନୁଭବ କରିଥାନ୍ତି । ଭାରତର ଜାତୀୟ ସଂଗୀତ ଗାନ କରିବାର ମୋଟ ସମୟ ହେଉଛି ୫୨ ସେକେଣ୍ଡ ।
{"id":912328,"width":840,"height":567,"sizeSlug":"full","linkDestination":"none"}
କିନ୍ତୁ ଜାଣନ୍ତି କି ଭାରତରେ ଏପରି ଏକ ସହର ଅଛି ଯେଉଁଠି ୫୨ ସେକେଣ୍ଡ ପାଇଁ ସମସ୍ତେ ଅଟକି ଯାଇଥାନ୍ତି । ବାସ୍ତବରେ ଜାତୀୟ ସଂଗୀତ ବାଜିବା ବେଳେ ଏହି ସହରର ପ୍ରତ୍ୟେକ ବ୍ୟକ୍ତି ୫୨ ସେକେଣ୍ଡ ପାଇଁ ଅଟକି ଯାଆନ୍ତି । ସାଧାରଣତଃ ଆମେ ଗଣତନ୍ତ୍ର ଦିବସ କିମ୍ବା ସ୍ୱାଧୀନତା ଦିବସରେ ତ୍ରିରଙ୍ଗାକୁ ସମ୍ମାନ ଜଣାଇବା ସମୟରେ ଜାତୀୟ ସଂଗୀତ ଗାନ କରୁ ।
{"id":912329,"sizeSlug":"full","linkDestination":"none"}
କିନ୍ତୁ ଏହି ସହରରେ ପ୍ରତିଦିନ ଲୋକେ ଜାତୀୟ ସଂଗୀତ ଗାନ କରନ୍ତି । ଆଉ ୫୨ ସେକେଣ୍ଡ ପାଇଁ ସାବଧାନ ମୁଦ୍ରାକୁ ଆସିଯାଆନ୍ତି । ଏହି ସହରଟି ହେଉଛି ତେଲେଙ୍ଗାନାର ନାଲଗୋଣ୍ଡା ସହର । ଯେଉଁଠାରେ ପ୍ରତିଦିନ ସକାଳ ଆଠଟା ବେଳେ ଉଚ୍ଚ ସ୍ୱରରେ ଜାତୀୟ ସଙ୍ଗୀତ ବଜାଯାଏ ଓ ସମଗ୍ର ସହର ୫୨ ସେକେଣ୍ଡ ପାଇଁ ଚୁପ୍ ହୋଇଯାଏ ।
{"id":912330,"sizeSlug":"full","linkDestination":"none"}
ଏହି ସହରରେ ପିଲାଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ଜାତୀୟ ସଂଗୀତ ଗାନ କରନ୍ତି । ଆଉ ସାବଧାନ ମୁଦ୍ରାରେ ଛିଡା ହୋଇଥାନ୍ତି । ଏହି ସହରରେ ଏକ ନିର୍ଦ୍ଧିଷ୍ଠ ସମୟର ରହିଛି, ଯେତେବେଳେ କି ରାଷ୍ଟ୍ରିୟ ସଂଙ୍ଗୀତ ବାଜିଥାଏ । ଏହାପରେ ହିଁ ସମସ୍ତେ କାମ ଆରମ୍ଭ କରିଥାନ୍ତି ।
{"id":912331,"sizeSlug":"full","linkDestination":"none"}
ଏହା ପ୍ରଥମେ ୨୩ ଜାନୁଆରୀ ୨୦୨୧ରେ ଆରମ୍ଭ କରାଯାଇଥିଲା । ପ୍ରାରମ୍ଭରେ ଜମ୍ମିକୁଟ ନାମକ ଏକ ସ୍ଥାନରୁ ପ୍ରତିଦିନ ଜାତୀୟ ସଂଗୀତ ବଜାଯାଉଥିଲା । ଏଥିରୁ ଅନୁପ୍ରାଣିତ ହୋଇ ନାଲଗୋଣ୍ଡା ‘ଜନଗଣ ମନ ଉତ୍କଳ’ କମିଟି ଏହି ଅଭିଯାନ ଆରମ୍ଭ କରିଥିଲା ।
{"id":912332,"width":840,"height":525,"sizeSlug":"full","linkDestination":"none"}
ଏହି ଘଟଣା ଜାଣିବା ପରେ ସ୍ଥାନୀୟ ଅଧିକାରୀମାନେ କମିଟିର ପଦକ୍ଷେପକୁ ପ୍ରଶଂସା କରିଥିଲେ। ଯେତେବେଳେ ସହରରେ ଜାତୀୟ ସଂଗୀତ ବଜାଯାଏ, କମିଟିର କର୍ମୀମାନେ ସହରର ବିଭିନ୍ନ ସ୍ଥାନରେ ତ୍ରିରଙ୍ଗା ସହିତ ଠିଆ ହୁଅନ୍ତି । ସହରର ବିଭିନ୍ନ ସ୍ଥାନରେ ୧୨ ଟି ବଡ ଉଚ୍ଚ ସ୍ଥାନରେ ବ୍ୟବସ୍ଥା ହୋଇଛି । ଯେଉଁଠାରେ ପ୍ରତ୍ୟେକ ଦିନ ଜାତୀୟ ସଙ୍ଗୀତ ବାଜିଥାଏ ।
{"id":912333,"sizeSlug":"full","linkDestination":"none"}
ଯେପରିକି ନିକଟସ୍ଥ ଲୋକମାନେ ଜାତୀୟ ସଂଗୀତ ଶୁଣିପାରିବେ ଓ ନିଜ କାର୍ଯ୍ୟ ଛାଡି ଠିଆ ହୋଇ ଜାତୀୟ ସଂଗୀତ ଗାଇ ପାରିବେ। ଆଗାମୀ ଦିନରେ ସହରର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଲାଉଡ ସ୍ପିକର ସ୍ଥାପନ ପାଇଁ ଯୋଜନା ଚାଲିଛି। ଯେତେବେଳେ ଜାତୀୟ ସଂଗୀତ ବଜାଯାଏ, ଏହା ସହରବାସୀଙ୍କ ପାଇଁ ଏକ ରୋମାଞ୍ଚକର ମୁହୂର୍ତ୍ତ ।
You Can Read:
wp:embed {"url":"https://www.prameyanews7.com/who-mourns-on-child-birth-celebrates-death-partying-all-night/","type":"wp-embed","providerNameSlug":"prameya-news-7"}