ପରଦାକୁ ଆସିଥିବା 'ସ୍ତ୍ରୀ' ଫିଲ୍ମ ବେଙ୍ଗାଲୁରୁର ସତ ଭୂତ କାହାଣୀ ଉପରେ ଆଧାରିତ

Published By : Prameya-News7 Bureau | September 01, 2018 IST

ମୁମ୍ବାଇ ୧|୯: ନିକଟରେ ରିଲିଜ୍ ହୋଇଛି ରାଜକୁମାର ରାଓ ଏବଂ ଶ୍ରଦ୍ଧା କପୁରଙ୍କ ଅଭିନୀତ ଫିଲ୍ମ ‘ସ୍ତ୍ରୀ’ । ଏହି ଫିଲ୍ମରେ ଦର୍ଶକ ହରର୍ ସହ କମେଡିର ମଜା ମଧ୍ୟ ଉଠାଇଛନ୍ତି । ଫିଲ୍ମର ଏକ ମହତ୍ବପୂର୍ଣ୍ଣ କଥା ହେଉଛି ବ୍ଲାକ୍ କମେଡି । ଯାହା ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରିଛି । ଭୂତକୁ ନେଇ ଥିବା ଅନ୍ଧ ବିଶ୍ବାସ କାହାଣୀ ଉପରେ ଆଧାରିତ ଏହି ଫିଲ୍ମ ‘ସ୍ତ୍ରୀ’ ସଂପୂର୍ଣ୍ଣ ଭାବେ କାଳ୍ପନିକ ନୁହେଁ । ଏହା ମଧ୍ୟପ୍ରଦେଶର କାଳ୍ପନିକ ଚନ୍ଦେରିର କାହାଣୀକୁ ଦର୍ଶାଉଛି ଯାହାକି ଏକ ମହିଳା ଭୂତ ଦ୍ବାରା ପ୍ରଭାବିତ ଅଟେ । ପୌରାଣିକ କଥା ଅନୁସାରେ ପ୍ରତିବର୍ଷ ନବରାତ୍ରୀର ପ୍ରଥମ ଚାରି ରାତିର ରାତିରେ ସ୍ତ୍ରୀ ସହରରେ ଦେଖାଯାଇଥାଏ । ସେହି ରାତିରେ ସେ ପୁରୁଷ ଏବଂ ଶୀକାରୀମାନଙ୍କୁ ନିଜର ଶୀକାର କରିଥାଏ । ସ୍ତ୍ରୀଠାରୁ ରକ୍ଷା ପାଇବା ପାଇଁ ପୁରୁଷମାନେ ମହିଳାମାନଙ୍କ ଭଳି ପୋଷାକ ପିନ୍ଧିଥାନ୍ତି ଏବଂ ଘରର କାନ୍ଥରେ ‘ଓଃ ସ୍ତ୍ରୀ, କଲ୍ ଆନା’ ଲେଖି ରଙ୍ଗ କରିଥାନ୍ତି । ସେ ମଧ୍ୟ ସେମାନଙ୍କୁ ତାହା କରିବାକୁ ଦିଏ । ଫିଲ୍ମର କାହାଣୀ ବାସ୍ତବରେ ହାସ୍ୟସ୍ପଦ ସତ ଘଟଣା ଉପରେ ଆଧାରିତ ଅଟେ । ଏହା ଫିଲ୍ମର ଟ୍ରେଲରରୁ ଜଣାପଡିଯାଉଛି । ୧୯୯୦ମସିହାରେ ଏକ ଭୂତ ବେଙ୍ଗାଲୁରୁବାସୀଙ୍କୁ ବର୍ଷ ବର୍ଷ ଧରି ଡରାଉଥିଲା ଏବଂ ତାର କିମ୍ବଦନ୍ତୀ ଏବେବି କେତେକ ସ୍ଥାନରେ ପ୍ରସିଦ୍ଧ ଅଟେ । କିମ୍ବଦନ୍ତୀ ଅନୁସାରେ ପ୍ରତ୍ୟେକ ରାତିରେ ଲୋକମାନଙ୍କ ଘରର କବାଟ ବାଡାଇଥାଏ ଯିଏ କବାଟ ଖୋଲିଲା ତାକୁ ସେ ମାରିଦେଉଥିଲା । ଏମିତିକି ସେ ଲୋକମାନଙ୍କର ସାଙ୍ଗସାଥି ଏବଂ ପରିବାର ସଦସ୍ୟଙ୍କ ସ୍ବରରେ କଥା ହୋଇଥାଏ । ତେଣୁ ଲୋକମାନେ ଜାଣି ନପାରି କବାଟ ଖୋଲିଦିଅନ୍ତି । ତାଠାରୁ ବଞ୍ଚିବା ପାଇଁ ଲୋକମାନେ ନିଜ କାନ୍ଥରେ ଲେଖିଥାନ୍ତି ନାଲେ ବା ଯାହାର ଅର୍ଥ କନ୍ନଡରେ ହେଉଛି କାଲି ଆସ । ଭୂତ ତାକୁ ପଢିବ ଏବଂ ଫେରିଯିବ ପୁଣି କାଲି ଆସିବାପାଇଁ । ଏହିଭଳି ଏମିତି ଜାରି ରହିବ । ଏହି କାହାଣୀ ବେଙ୍ଗାଲୁରୁର ଆଖପାଖରେ ଜଙ୍ଗଲର ନିଆଁ ଭଳି ପ୍ରଚାର ହୋଇଗଲା । ସମୟ ଅତିବାହିତ ହେବା ସହ ଯେତେବେଳେ ଲୋକଙ୍କୁ ଏହା ଅନୁଭବ ହେଲାଯେ ସେମାନଙ୍କ ପାଖରେ କିମ୍ବଦନ୍ତୀ ଏବଂ ଅନ୍ଧବିଶ୍ବାସ ପାଇଁ ସମୟ ନାହିଁ କାହାଣୀର ମୃତ୍ୟୁ ହୋଇଗଲା । ଫିଲ୍ମରେ ଭେଟେରାନ୍ ଅଭିନେତା ପଙ୍କଜ ତ୍ରିପାଠୀ, ରାଜକୁମାର ରାଓ, ଅପାର ଶକ୍ତି ଖୁରାନା ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.