ବିହାର ସାସାରାମରେ ବମ୍ ବ୍ଲାଷ୍ଟ; ନାଳନ୍ଦାରେ ହତ୍ୟା ପରେ କର୍ଫ୍ୟୁ ଜାରି, ୧୦ FIR ରୁୁଜୁ କରି ୪୫ଜଣଙ୍କୁ ବାନ୍ଧିଲା ପୋଲିସ

Published By : Prameya-News7 Bureau | April 02, 2023 IST

ପାଟନା: ବିହାର ରାମନବମୀ ପୂଜାରେ ହିଂସା । ନାଳନ୍ଦାରେ ହତ୍ୟା ପରେ ଜଳୁଛି ସହର । ସାସାରାମରେ ବି ବମ୍ ବ୍ଲାଷ୍ଟ । ଶନିବାର ଉଭୟ ସହରରେ ହିଂସାକାଣ୍ଡ ଘଟିଛି । ଦୋକାନ ବଜାର ଜଳୁଥିବା ଦେଖିବାକୁ ମିଳିଛି । ପୋଲିସ ପକ୍ଷରୁ ନାଳନ୍ଦା ଏବଂ ସାସାରାମରେ କଫ୍ୟୁ ଜାରି କରାଯାଇଛି । ହିଂସାକାଣ୍ଡ ଘଟଣା ବିହାର ପୋଲିସ ୧୦ଟି ମାମଲା ରୁଜୁ କରି ୪୫ଜଣଙ୍କୁ ଗରିଫ କରାଯାଇଛି ।

ଶୁକ୍ରବାର ରାମନବମୀ ପରେ ବିହାରଶରିଫ ଏବଂ ସାସାରମର ଦୁଇ ଗୋଷ୍ଠୀ ମଧ୍ୟରେ ଝଗଡ଼ା ହୋଇଥିଲା । ପରେ ଏହା ଭୟଙ୍କର ରୂପ ଧାରଣ କରିଥିଲେ । ଲୋକେ ଦୋକାନ ବଜାର ଭଙ୍ଗାରୁଜା କରିଥିଲେ । ହେଲେ ସଂଧ୍ୟାରେ ସାସାରାମ ସହରରେ ଏକ ବିଲ୍ଡିଂରେ ଫାୟାରିଂ ହୋଇଥିଲା । ଅନ୍ୟପଟେ ବିହାରଶରିଫରେ ମଧ୍ୟ ସ୍ଥିତି ଧୀରେ ଧୀରେ ବିଗିଡି ଥିଲା । ଆଇନଶୃଙ୍ଖଳା ପରିସ୍ଥିତି ପାଇଁ କର୍ଫ୍ୟୁ ଜାରି ହେବା ସହିତ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ।

ଏଡିଜି ଜିତେନ୍ଦ୍ର ସିଂ ଗଙ୍ଗଓ୍ବାରଙ୍କ ସୂଚନା ମୁତାବକ, ରୋହତାସରେ ଦୁଇଟି ଏଫଆଇଆର୍ ରୁଜୁ କରାଯାଇ ହିଂସାକାଣ୍ଡରେ ସମ୍ପୃକ୍ତ ଥିବା ୧୮ଜଣଙ୍କୁ ପୋଲିସ ଗରିଫ କରିଛି । ସେହିପରି ବିହାରଶରିଫରେ ୮ଟି ମାମଲା ରୁଜୁ କରିଛି ପୋଲିସ । ଘଟଣାରେ ହିଂସାକାଣ୍ଡ ଭିଆଇ ଥିବା ୨୭ଜଣଙ୍କୁ ଗରିଫ କରି ପଚରାଉଚରା କରୁଛି ପୋଲିସ ।

ସେପଟେ ଉଭୟ ସହରରେ ଶାନ୍ତି ସ୍ଥାପନା ଶାନ୍ତି ସମିତି ବୈଠକ ଡକାଯାଇଥିଲା । ଆଇନଶୃଙ୍ଖଳା ବ୍ୟବସ୍ଥା ପାଇଁ ସାସାରାମରେ ୮ କମ୍ପାନୀ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସେହିପରି ବିହାରଶରିଫରେ ୧୦ଟି ପ୍ଲାଟୁମ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ସାସାରାମରେ ସ୍ଥିତି ନିୟନ୍ତ୍ରଣାଧୀନ ଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଉଛି ।       

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.