ପୁଣି ଜଣେ ଛାତ୍ରୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ : ଯୁବକ ଗିରଫ
15/07/2019 at 10:09 AM

କେନ୍ଦ୍ରାପଡା ୧୫/୭: କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଚଂଳର ଜଣେ ଛାତ୍ରୀ ଙ୍କ ଅଶ୍ଳିଳ ଭିଡିଓ ଭାଇରାଲ ହେବାରେ ଲାଗିଛି । ବାରମ୍ବାର ଅଶ୍ଳିଳ ଭିଡିଓ ଭାଇରାଲ ଘଟଣା ସାମ୍ନାକୁ ଆସୁଛି। ତେବେ ସୂଚନା ଅନୁଯାୟୀ ଛାତ୍ରୀ ଜଣକ ୨୦୧୪ ମସିହାରେ ମେଟ୍ରିକ ସମୟରୁ ପାଖ ଅଞ୍ଚଳର ସୌମ୍ୟ ରଞନ ସାହୁଙ୍କ ସହିତ ପ୍ରଥମେ କଥା ବାର୍ତ। ଓ ପରେ ପ୍ରେମ ସମ୍ପର୍କ ଗଢିଉଠିଥିଲା ।

ଏବଂ ପରେ ସୁଯୋଗ ଦେଖି ନିଛାଟିଆ ଜାଗାରେ ଛାତ୍ରୀ ଜଣକ ସହ ଜୋରଜବରଦସ୍ଥ ଶାରିରୀକ ସଂମ୍ପର୍କ ରଖିଥିଲା । ଏହାର ଭିଡିଓ ଉତ୍ତୋଳନ କରି ନିଜ ପାଖରେ ରଖିଥିଲା । ପରେ ସେହି ଭିଡିଓ ଟିକୁ ଭାଇରାଲ କରିଦେବା ଧମକ ଦେଇ ବିଭିନ୍ନ ଜାଗାରେ ବିଭିନ୍ନ ସମୟରେ ଛାତ୍ରୀ ଜଣକ ସହ ବାରମ୍ବାର ଶାରିରୀକ ସଂମ୍ପର୍କ ରଖିବାରେ ସକ୍ଷମ ହୋଇଥିଲା । ତେବେ କେବଳ ସେତିକି ନୁହେଁ ସବୁ ଜାଗାର ଅନ୍ତରଙ୍ଗ ମୁହୁର୍ତର ଭିଡିଓ ସୁଟ କରି ଗୋଟେ ସିଡି କରି ରଖିବା ସହିତ କିଛି ଭିଡିଓ ଛାତ୍ରୀ ଙ୍କ ଅଜାଣତରେ ସୌମ୍ୟ ନିଜ ମୋବାଇଲରେ ମଧ୍ୟ ରଖିଥିଲା । ତେବେ ଅନ୍ତରଙ୍ଗ ମୁହୁର୍ତର ଭିଡିଓ ଭାଇରାଲ କରିବା ସହିତ ସିଡି ବଜାରରେ ବିକ୍ରି କରିବାକୁ ଧମକ ଦେବା ସହିତ ଛାତ୍ରୀଙ୍କୁ ବ୍ଲାକମେଲିଂ କରି ନିଜ ସହିତ ବିବାହ କରିବାକୁ ଜିଦ ଧରି ବସିଥିଲା।

ଏକଥା ଛାତ୍ରୀ ଙ୍କ ପରିବାର ବିରୋଧ କରିବାରୁ ସଂମ୍ପୃକ୍ତ ସୌମ୍ୟ ନିଜର କିଛି ଅନ୍ତରଙ୍ଗ ଭିଡିଓ ଛାତ୍ରୀ ଙ୍କ ମାମୁଁଙ୍କ ପାଖକୁ ପଠାଇବା ସହିତ ସୋସିଆଲ ମିଡିଆରେ ଭାଇରାଲ କରିଛି । ଘଟଣା ଜଣା ପଡିବା ପରେ ପଟ୍ଟାମୁଣ୍ଡାଇ ଅଂଚଳରେ ଆଲୋଡନ ସୃଷ୍ଟି ହୋଇଛି । ତେବେ ଛାତ୍ରୀ ଜଣକ ଥାନାରେ ଲିଖିତ ଅଭିଯୋଗ କଲାପରେ ପୋଲିସ ଏକ ମାମଲା ରୁଜୁ କରିବା ସହିତ ଯୁବକ ପାଖରୁ ଏକ ନିଜର ଅଶ୍ଳିଳ ଭିଡିଓ ର ସିଡି ଓ ମୋବାଇଲ ଜବତ କରିବା ସହିତ ଅଭିଯୁକ୍ତକୁ ଗିରଫ କରିବାରେ ସକ୍ଷମ ହୋଇଛି ।
