ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବକଙ୍କ ଉଲଗ୍ନ ମୃତଦେହ ଉଦ୍ଧାର
7/07/2019 at 9:49 AM

ଯାଜପୁର ୭/୭: ଯାଜପୁରରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବକଙ୍କ ଉଲଗ୍ନ ମୃତଦେହ ଉଦ୍ଧାର ହୋଇଛି। ପାଣିକୋଇଲି ବଜାରର ବିଶ୍ରାମାଗାର ନିକଟସ୍ଥ ଏକ ଦୋକାନ ନିକଟରୁ ଏହି ମୃତଦେହ ମିଳିଥିବା ବେଳେ ଯୁବକ ଜଣଙ୍କୁ ଗଳାକାଟି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।

ମୃତକ ହେଉଛନ୍ତି ପାଣିକୋଇଲିର ରବୀନ୍ଦ୍ର ସାହୁ । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ଛାନଭିନ୍ ଆରମ୍ଭ କରିଛି ପାଣିକୋଇଲି ପୋଲିସ ।