AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁମ୍ୱାଇ: ଗୁଲମର୍ଗ ସ୍କିଂ ରିସର୍ଟରେ ହିମସ୍ଖଳନ, ଫସିଲେ ଅନେକ ବିଦେଶୀ ଟୁରିଷ୍ଟ
  • ||
  • ନବ ଦାସ ହତ୍ୟା ମାମଲା, ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ଜେ.ପି ଦାସ କରିବେ ତଦନ୍ତର ତଦାରଖ
  • ||
  • ଭୁବନେଶ୍ୱର: ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି, ଟ୍ୱିନସିଟିର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ
  • ||
  • ବଜେଟ୍: ସୁନା-ରୁପା, ସିଗାରେଟ୍ ମହଙ୍ଗା, ଶସ୍ତା ହେଲା ଟିଭି ଉପକରଣ ଓ ସାଇକେଲ୍, ଖେଳନା
  • ||
  • ବଜେଟ୍‌ ଫୋକସ୍; ୨୦୪୭ ସୁଦ୍ଧା ଦୂର ହେବ ଏମିନିଆ, ଗ୍ରୀନ୍ ହାଇଡ୍ରୋଜେନ୍ ମିଶନ ଲକ୍ଷ୍ୟ
  • ||
  • ବଜେଟ୍‌ ଫୋକସ୍; ୨୦୪୭ ସୁଦ୍ଧା ଦୂର ହେବ ଏମିନିଆ, ଗ୍ରୀନ୍ ହାଇଡ୍ରୋଜେନ୍ ମିଶନ ଲକ୍ଷ୍ୟ
  • ||
  • ଢେଙ୍କାନାଳ: ରାସ୍ତାରେ ଓଲଟିପଡ଼ିଲା ଯାତ୍ରୀବାହୀ ଅଟୋ, ୯ ଆହତ
  • ||

ଏସିଆ କପ୍ : ଭାରତ-ପାକିସ୍ତାନ ମ୍ୟାଚ୍ ପାଇଁ ମାଳମାଳ ନକଲି ଟିକେଟ୍ : ଦୁବାଇ ଷ୍ଟାଡିୟମରେ ବଢିଲା ସୁରକ୍ଷା

20/08/2022 at 11:12 AM

ନୂଆଦିଲ୍ଲୀ, ୨୦|୦୮: ଚଳିତ ମାସରେ ଖେଳାଯିବ ଏସିଆ କପ୍ । ଏହି ଟୁର୍ଣ୍ଣାମେଣ୍ଟର ସବୁଠୁ ବଡ ମୁକାବିଲା ହେବ ଭାରତ ଓ ପାକିସ୍ତାନ ମଧ୍ୟରେ । ମ୍ୟାଚ୍ ପାଇଁ ଉଭୟ ଦେଶର ପ୍ରଶଂସକ ଉତ୍ସାହିତ ଅଛନ୍ତି । ଫ୍ୟାନ୍ସଙ୍କ ମଧ୍ୟରେ ଟିକେଟ କିଣିବାକୁ ନେଇ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିଥିଲା । ମ୍ୟାଚର ସବୁ ଟିକେଟ୍ ମାତ୍ର ୩ ଘଣ୍ଟାରେ ସରିଯାଇଥିଲା ।

ଭାରତ ଓ ପାକିସ୍ତାନ ମଧ୍ୟରେ ଅଗଷ୍ଟ ୨୮ ତାରିଖରେ ମୁକାବିଲା ଖେଳାଯିବ । ଏହା ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଅନୁଷ୍ଠିତ ହେବ । ତେବେ ଏହି ମ୍ୟାଚ୍ ପାଇଁ ଅନେକ ନକଲି ଟିକେଟ ବଜାରରେ ମିଳୁଛି । ଯେଉଁଥିପାଇଁ ପୋଲିସ ସତର୍କ ହୋଇଯାଇଛି । ନକଲି ଟିକେଟ ଧରିବା ପାଇଁ ସ୍ମାର୍ଟ ପନ୍ଥା ଆପଣାଇଛି । ଏନେଇ ଦୁବାଇ ପୋଲିସର ଅପରେସନ ଆଫାୟର୍ସ ପକ୍ଷରୁ  ସୂଚନା ଦିଆଯାଇଛି । ଏହାସହ ଷ୍ଟାଡିୟମର ସୁରକ୍ଷା ମଧ୍ୟ ବୃଦ୍ଧି କରାଯାଇଛି ।

ଦୁବାଇ ପୋଲିସର ବ୍ରିଗେଡିୟର ରଶିଦ ଖଲିଫା କହିଛନ୍ତି ଯେ, ଷ୍ଟାଡିୟମର ସୁରକ୍ଷାକୁ ଗୁରୁତ୍ୱ ଦିଆଯାଉଛି । ଅଧିକରୁ ଅଧିକ ଫୋର୍ସ ମୁତୟନ ହେବେ । ନୂଆ ନୂଆ ଟେକନିକ୍ ବ୍ୟବହାର କରାଯିବ । ସ୍ଥାନୀୟ ଲୋକଙ୍କୁ ମଧ୍ୟ ସଚେତନ କରାଯାଉଛି । ସାଧାରଣ ଲୋକେ କିପରି ପ୍ରୋଟୋକଲ ପାଳନ କରିବେ ସେନେଇ ପରାମର୍ଶ ଦିଆଯାଉଛି । ସୁରକ୍ଷା ବ୍ୟବସ୍ଥାରେ କୌଣସି ସାଲିସ କରାଯିବ ନାହିଁ ବୋଲି ସେ କହିଛ୍ତି ।

ସୂଚନାଯୋଗ୍ୟ, ୨୦୧୨ ପରଠୁ ଭାରତ ଓ ପାକିସ୍ତାନ କୌଣସି ଦ୍ୱିପାକ୍ଷିକ ସିରିଜ୍ ଖେଳିନାହାଁନ୍ତି । କେବଳ ଆଇସିସି କିମ୍ବା ଏସିଆ କପ୍ ଟୁର୍ଣ୍ଣାମେଣ୍ଟରେ ଉଭୟ ମୁହାଁମୁହିଁ ହୋଇଥାନ୍ତି ।ଗତବର୍ଷ ଟି୨୦ ବିଶ୍ୱକପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଦୁବାଇରେ ମୁକାବିଲା ହୋଇଥିଲା । ଯେଉଁଥିରେ ଭାରତ ୧୦ ଓ୍ୱିକେଟରେ ପରାସ୍ତ ହୋଇଥିଲା । ଏବେ ଭାରତ ପାଖରେ ଏହି ପରାଜୟର ପ୍ରତିଶୋଧ ନେବାକୁ ସୁଯୋଗ ରହିଛି ।

   Related Posts