ରାଉରକେଲାରୁ ୧୬ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
11/09/2022 at 12:22 PM

ରାଉରକେଲା/ଭୁବନେଶ୍ୱର ୧୧।୦୯ : ବିପୁଳ ପରିମାଣର ନକଲି ନୋଟ ଜବତ । ରାଉରକେଲା ସେକ୍ଟର ୧୬ ଲକ୍ଷ ୧୧ ହଜାର ଟଙ୍କାର ନକଲି ନୋଟ୍ ଜବତ ହୋଇଛି। ଏହା ସହ ଘଟଣାସ୍ଥଳରୁ ଏକ ଲାପଟପ୍, ଗୋଟିଏ କଲର ପ୍ରିଣ୍ଟର ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି। ଏହି ଘଟଣାରେ ଜଣେ ଆନ୍ତଃରାଜ୍ୟ ଅପରାଧୀକୁ ଗିରଫ କରିଛି ଏସଟିଏଫ୍।
ଖବର ଅନୁଯାୟୀ, ଗିରଫ ହୋଇଥିବା ଅଭିଯୁକ୍ତ ଜଣଙ୍କ ହେଲେ ଦିଲ୍ଲୀ ବଦରପୁର ଥାନା ଅନ୍ତର୍ଗତ ମୋଲାରବନ୍ଦ ଅଞ୍ଚଳର ଏସକେ ଅହମ୍ମଦ। ସେ ଏବେ ରାଉରକେଲା ସେକ୍ଟର ୧୭ରେ ରହୁଥିଲା । ଏବେ ଏସ୍ଟିଏଫ୍ ଚଢାଉ କରି ଏତେ ପରିମାଣର ନକଲି ନୋଟ୍ ଜବତ କରିଛି । ଯାହାର ମୂଲ୍ୟ ୧୬ଲକ୍ଷରୁ ଅଧିକ ହେବ ।
ସେହିପରି ଏହା ପୂର୍ବରୁ ଜୁଲାଇ ମାସରେ ୨୯ ଲକ୍ଷ ୪୧ ହଜାର ନକଲି ନୋଟ୍ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଥିଲା ଏସଟିଏଫ୍।
Related Posts
ସ୍ତ୍ରୀ ହତ୍ୟାକାରୀ ସ୍ୱାମୀକୁ ଆଜୀବନ କାରାଦଣ୍ଡ ଦେଲେ ଅଦାଲତ
31 January 2023
ଟ୍ୟୁସନ୍ ଶିକ୍ଷକଙ୍କ ମୃତ୍ୟୁ ଖବର ପାଇ ଆତ୍ମହତ୍ୟା କଲେ ଛାତ୍ରୀ
31 January 2023