LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ବିଶ୍ୱର ସର୍ବ ପୂରାତନ ଗଛ, ୨୯ କୋଟି ବର୍ଷରୁ ଏଥିରେ ହୋଇନାହିଁ କୌଣସି ପରିବର୍ତ୍ତନ

26/05/2023 at 11:28 AM

ନୂଆଦିଲ୍ଲୀ ୨୬।୦୫: ବିଶ୍ବରେ ଅନେକ ଗଛ ଦେଖିଥିବେ ଏବଂ ତା ବିଷୟରେ ଶୁଣିଥିବେ । ଏପରି ଅନେକ ଗଛ ରହିଛି ଯାହା ହଜାର ହଜାର ବର୍ଷ ଧରି ଜୀବତ ରହିଛି । କିନ୍ତୁ ଏପରି ଗଛ ବିଷୟର ଶୁଣିଛନ୍ତି କି ଯାହା ଜଳବାୟୁରେ ଲଗାତାର ପରିବର୍ତ୍ତନରେ ଏଥିରେ କୌଣସି ପରିବର୍ତ୍ତନ ହୋଇନାହିଁ । ଅନେକ ଏହାକୁ ଚମତ୍କାରି ଗଛ ଭାବେ ବିଚାର କରିଥାନ୍ତି ।  କିଛି ଲୋକ ଏହାକୁ ଡାଇନୋସର ସହ ସମ୍ପର୍କ ଥିବା କୁହନ୍ତି ।

ଦୁନିଆରେ ମିଳୁଥିବା ଏହି ହଳଦିଆ ରଙ୍ଗର ଗଛକୁ ଜିକଙ୍ଗୋ ବାଇଲୋବା ଟ୍ରି କିମ୍ବା ଜିଙ୍କୋ ଟ୍ରି କୁହାଯାଇଥାଏ । ଗୋଟିଏ ଜିଙ୍କୋ ଗଛର ବୟସ ୩୦୦୦ ବର୍ଷ ବୋଲି କୁହାଯାଇଥାଏ । ବିଶ୍ୱର ସର୍ବ ପୂରାତନ ଗଛ ଭାବେ ଏହା ପରିଚିତ । ଏହି ଗଛ ଚୀନରେ ଜନ୍ମ ହୋଇଥିବା ବିଶ୍ୱାସ କରାଯାଏ । ଏହାକୁ ଚୀନର ରାଷ୍ଟ୍ରିୟ ଗଛ ଭାବେ ପରିଚୟ  କରାଯାଇଛି । ଚୀନର ଏକ ବୌଦ୍ଧ ମନ୍ଦିରରେ ଏହି ଗଛ ଦେଖାଯାଇଥାଏ । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଏହି ଗଛରୁ ସେମାନଙ୍କୁ ଶକ୍ତି ମିଳିଥାଏ । ଏଠାରେ ଥିବା ଜିଙ୍କୋ ଗଛର ବୟସ ୧୪୦୦ ବର୍ଷରୁ ଅଧିକ ପୁରୁଣା ।

ବୈଜ୍ଞାନିକଙ୍କ ଅନୁଯାୟୀ, ଜିଙ୍କୋ ଗଛରେ ୨୯ କୋଟି ବର୍ଷ ଧରି କୌଣସି ପରିବର୍ତ୍ତନ ହୋଇନାହିଁ । ଜିଙ୍କୋ ଗଛର ଚେର ବହୁତ ମଜବୁତ । ଗଛର ଉପର ସ୍ତର ନଷ୍ଟ ହୋଇ ଯାଇଥିଲେ ମଧ୍ୟ କିଛି ସମୟ ପରେ ଏହି ଗଛ ପୁଣି ଜନ୍ମ ନେବା ଆରମ୍ଭ କରିଥାଏ । ଏହି ଗଛ ଦେଖିବାକୁ ଯେତିକି ସୁନ୍ଦର, ଏହି ଗଛର ପତ୍ରରେ ରହିଛି ଅନେକ ଔଷଧୀୟ ଗୁଣ । ଜିଙ୍କୋ ଗଛର ପତ୍ର ଆଖି ଏବଂ ମସ୍ତିଷ୍କ ସହ ଜଡ଼ିତ ରୋଗର ସମସ୍ୟାକୁ ଦୂର କରିଥାଏ । ଏହାର ବ୍ୟବହାର ଆୟୁର୍ବେଦରେ ଅଧିକ ହୋଇଥାଏ । କିନ୍ତୁ ଏହାର ଅତ୍ୟଧିକ ବ୍ୟବହାର ସ୍ୱାସ୍ଥ୍ୟ ପାଇଁ ଉଚିତ ନୁହେଁ ବୋଲି ବିଶେଷଜ୍ଞମାନେ ମତ ଦିଅନ୍ତି ।

   Related Posts