ଦକ୍ଷିଣ-ପଶ୍ଚିମ ନାଇଜେରିଆରେ ବସ୍ ଦୁର୍ଘଟଣା, ପୋଡି ହୋଇ ୨୦ ମୃତ

Published By : Prameya-News7 Bureau | September 10, 2022 IST

ଅବୁଜା ୧୦।୯: ଦକ୍ଷିଣ-ପଶ୍ଚିମ ନାଇଜେରିଆରେ ମର୍ମନ୍ତୁଦ ବସ୍ ଦୁର୍ଘଟଣା। ଶନିବାର ହୋଇଥିବା ଏହି ଦୁର୍ଘଟଣାରେ ଅନୁନ୍ୟ ୨୦ ଜଣ ଯାତ୍ରୀ ପୋଡି ହୋଇ ପ୍ରାଣ ହରାଇଛନ୍ତି। ପୋଲିସ ସୂଚନା ଅନୁସାରେ ଏହି ଦୁର୍ଘଟଣା ଓୟୋ ରାଜ୍ୟର ଇବାରାପା ଲାନଲେଟ୍‌ରେ ହୋଇଛି। ତେବେ ଦ୍ରୁତ ବେଗ ଓ ବେପରୁଆ ବାହନ ଚାଳନା ଯୋଗୁ ଏପରି ଭୀଷଣ ଦୁର୍ଘଟଣା ଘଟିଥିବା ଇବାରାପା ଜିଲ୍ଲା ଅଧ୍ୟକ୍ଷ ଗବେଙ୍ଗା ଓବାଲୋଭୋ କହିଛନ୍ତି।

ଯାତ୍ରୀ ନେଇ ଯାଉଥିବା ଦୁଇ ବାହାନ ମଧ୍ୟରେ ମୁହାଁମୁହିଁ ଧକ୍କା ଲାଗିଥିଲା। ଫଳରେ ବସ୍‌ରେ ନିଆଁ ଲାଗିଯାଇଥିବା ବେଳେ ୨୦ ଜଣ ଯାତ୍ରୀ ପୋଡି ହୋଇ ପ୍ରାଣ ହରାଇଥିବା ଓବାଲୋଭୋ କହିଛନ୍ତି। ଦୁର୍ଘଟଣାରେ ପୋଡି ହୋଇ ଗୁରୁତର ଆହତ ହୋଇଥିବା ୨ ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠା ଯାଇଛି। ଦୁର୍ଘଟଣାରେ ମୃତକ ସମ୍ପୂର୍ଣ୍ଣ ଜଳି ଯାଇଥିବାରୁ ଚିହ୍ନଟ କରିବା ସମ୍ଭବ ହେଉ ନାହିଁ। ଜନୈକ ବରିଷ୍ଠ ପୋଲିସ ଅଧିକାରୀ ଦୁର୍ଘଟଣା ପୁଷ୍ଟି କରିଥିଲେ ମଧ୍ୟ ମୃତକଙ୍କ ସମ୍ପର୍କରେ ବିସ୍ତୃତ ସୂଚନା ଦେଇ ପାରିନାହାନ୍ତି।

ନାଇଜେରିଆର ରକ୍ଷଣାବେକ୍ଷଣା ହୋଇ ପାରୁନଥିବାସଡକ ଯୋଗୁ ପ୍ରାୟତଃ ଦୁର୍ଘଟଣା ଘଟୁଛି। ତେବେ ଅଧିକାଂଶ ଦୁର୍ଘଟଣା ତୀବ୍ର ବେଗ୍ ଓ ବେପରୁଆ ବାହନ ଚାଳନା ବୋଲି କୁହାଯାଉଛି। ଗତ ଜୁଲାଇ ମାସରେ ଉତ୍ତର-ପଶ୍ଚିମ ନାଇଜେରିଆର କଡୁନା ରାଜ୍ୟରେ ୩ଟି ବାହନଙ୍କ ଧକ୍କାରେ ୩୦ ଜଣଙ୍କ ମୃତ୍ୟୁ ହୋଇଥିଲା।      

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.