ନାଏବ ସରପଞ୍ଚଙ୍କ ଉନ୍ମତ୍ତ କାଣ୍ଡ; ରାତି ଅଧରେ ଛୁରୀରେ ବୃଦ୍ଧଙ୍କୁ କଲେ ମରଣାନ୍ତକ ଆକ୍ରମଣ
8/09/2022 at 11:30 PM

ନିଶ୍ଚିନ୍ତକୋଇଲି ୦୮/୦୯: ଅଧରାତିରେ ନ୍ୟାୟବ ସରପଞ୍ଚଙ୍କ ଉନ୍ମକ୍ତ କାଣ୍ଡ। ଘରର ଦାଣ୍ଡରେ ଗାଳିଗୁଲଜ କଲେ ଆଉ ଘରର ଗ୍ରୀଲ୍ ଖୋଲି ପରିବାରର ସମସ୍ତଙ୍କୁ ମାଡ଼ ମାରିଲେ। ସେ ଆଣିଥିବା ଛୁରୀରେ ପରିବାରର ମୁଖ୍ୟଙ୍କୁ ଆକ୍ରମଣ କରି ଗୁରୁତର କଲେ। ଜଣେ ଲୋକ ପ୍ରତିନିଧି ଏଭଳି ଅଭାବନୀୟ ଘଟଣା ଘଟାଇଛନ୍ତି। କଟକ ଜିଲ୍ଲା ନେମାଳ ଥାନା ତରତ ପଞ୍ଚାୟତର ଦାମୋଦରପୁର ଗାଁର ଗତ ବିଳମ୍ବିତ ରାତିରେ ଏହି ଗାଁର ବୃଦ୍ଧ ଅଲେଖ ନାୟକଙ୍କ ଘରେ ନାଏବ ସରପଞ୍ଚ ଅଚ୍ୟୁତାନନ୍ଦ ବେହେରା ମରଣାନ୍ତକ ଆକ୍ରମଣ କରିଥିବା ନେମାଳ ଥାନା ଅଭିଯୋଗ ହୋଇଛି।
ଖବର ଅନୁସାରେ, ପୂର୍ବ ଶତ୍ରୁତାରୁ ଅଚ୍ୟୁତି ବୁଧବାର ବିଳମ୍ବିତ ରାତିରେ ଆସି ଅଲେଖଙ୍କ ଘର ଗ୍ରୀଲ୍କୁ ମାରପିଟ୍ କରି ସହ ଅତି ଅଶାଳୀନ ଭାଷାରେ ଗାଳିଗୁଲଜ କରିଥିଲେ। ପରେ ଅଲେଖ ଘରର ଗ୍ରୀଲ୍ ଖୋଲି ଦେଲେ କିଏ ଗାଳିଗୁଲଜ କରୁଛି ବୋଲି ପଚାରିଥିଲେ। ଏହି ସମୟରେ ଅଚ୍ୟୁତି ଘର ଭିତରକୁ ପଶି ଯାଇ ଅଲେଖ ସ୍ତ୍ରୀ ମିନତି ଓ ପୁଅ ରଞ୍ଜନ ନାୟକଙ୍କୁ ନିସ୍ତୁକ ପିଟିଥିଲେ। ଏହା ସହିତ ଅଚ୍ୟୁତି ଆଣିଥିବା ଏକ ଧାରୁଆ ଛୁରୀରେ ଅଲେଖଙ୍କୁ ଆକ୍ରମଣ କରିଥିଲା। ପରେ ଅଲେଖ ନେମାଳ ଥାନାରେ ଲିଖିତ ଅଭିଯୋଗ କରିବା ପରେ ନେମାଳ ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛି। ଏନେଇ ନାଏବ ସରପଞ୍ଚ ଅଚ୍ୟୁତାନନ୍ଦଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲୁ, ହେଲେ ଅଚ୍ୟୁତିଙ୍କ ମୋବାଇଲ ବନ୍ଦ ଥିବାରୁ ଯୋଗାଯୋଗ ସମ୍ଭବପର ହେଲାନାହିଁ।