ଭାଉଜଙ୍କ ତଣ୍ଟି ଚିପି ହତ୍ୟା: ହତ୍ୟା ପରେ ଶବ ସହ ଦୁଷ୍କର୍ମ
1/12/2018 at 11:32 AM

ନାଗପୁର ୧/୧୨: ନାଗପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ଯୁବକ ନିଜ ଭାଉଜଙ୍କ ତଣ୍ଟି ଚିପି ହତ୍ୟା କରିଛି। ଏହା ପରେ ଭାଉଜଙ୍କ ଶବ ସହିତ ଦୁଷ୍କର୍ମ କରିଛି। କେବଳ ଏତିକି ନୁହେଁ,ଅଭିଯୁକ୍ତ ୪ବର୍ଷର ନିରୀହ ଭାଣିଜୀକୁ ମଧ୍ୟ ତଣ୍ଟି ଚିପି ହତ୍ୟା କରିଛି। ପୋଲିସ୍ ଅଭିଯୁକ୍ତକୁ ଗିରଫ କରିଛି। ପୋଲିସ୍ ଅଭିଯୁକ୍ତ ବିରୋଧରେ ସବୁ ପ୍ରମାଣ ଏକାଠି କରିବାରେ ଲାଗିଛି।
ସୂଚନା ଅନୁସାରେ ନାଗପୁରର ବାଡ଼ି ପୋଲିସ୍ ଷ୍ଟେସନ୍ ଅନ୍ତର୍ଗତ ବର୍ଦ୍ଧାମନା ଅଞ୍ଚଳରେ ୨୮ବର୍ଷ ବୟସ୍କା ପ୍ରତିଭା ଏବଂ ୪ବର୍ଷର ରାଗିଣୀର ଶବ ଉଦ୍ଧାର ହୋଇଛି। ସନ୍ଦେହଜନକ ଅବସ୍ଥାରେ ଶବ ଉଦ୍ଧାର ହେବାରୁ ପୋଲିସ୍ ତଦନ୍ତ କରିବା ବରମ୍ଭ କରିଦେଇଥିଲା। ତଦନ୍ତରୁ ଜଣାପଡ଼ିଲା ଯେ ମୃତା ମହିଳାଙ୍କ ସ୍ବାମୀ ଜଣେ ଟ୍ରକ୍ ଡ୍ରାଇଭର୍ ଏବଂ ସେ ପରିବହନ କାର୍ଯ୍ୟରେ କିଛି ଦିନ ପାଇଁ ବାହାରକୁ ଯାଇଥିଲେ। ଏହାର ସୁଯୋଗ ନେଇ ପ୍ରତିଭାଙ୍କ ଦିଅର ଚନ୍ଦ୍ରଶେଖର ବିନ୍ ସେଠାକୁ ଆସିଥିଲା। ମୋବାଇଲ୍ ଲୋକେସନ୍ ଦ୍ବାରା ଏହାର ସୂଚନା ପୋଲିସକୁ ମିଳିଥିଲା।
ପୋଲିସ୍ ମାମଲାର ତଦନ୍ତ କରିବା ପରେ ଅଭିଯୁକ୍ତକୁ ଗିରଫ କରିଥିଲେ। ପୋଲିସ୍ ପଚରାଉଚୁରା କରିବା ପରେ ଅଭିଯୁକ୍ତ ସବୁ ଦୋଷ ମାନିଥିଲା ଏବଂ ସତ କଥା କହିଥିଲା। ଅଭିଯୁକ୍ତ କହିବା ଅନୁସାରେ ବଡ଼ଭାଇ ବାହାରକୁ ଯିବା କଥା ସେ ଆଗରୁ ଜାଣିଥିଲା। ଭାଇ ବାହାରକୁ ଯାଇଥିବାର ସୁଯୋଗ ନେଇ ସେ ଭାଉଜଙ୍କ ପାଖକୁ ଆସିଥିଲା ଏବଂ ଭାଉଜଙ୍କୁ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲା। କିନ୍ତୁ ଭାଉଜ ମାନିନଥିବାରୁ ସେ ତାଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲା। ଅଭିଯୁକ୍ତ ଭାଉଜଙ୍କ ତଣ୍ଟି ଚିପି ହତ୍ୟା କରିବାବେଳେ ୪ବର୍ଷର ଭାଣିଜୀ ସବୁ ଦେଖିନେଇଥିଲା। ସେ ଏହାକୁ ଦେଖି ପାଟି କରି କାନ୍ଦିବାକୁ ଲାଗିବାରୁ ଅଭିଯୁକ୍ତ ତାକୁ ଚୁପ୍ କରିବାକୁ ଚେଷ୍ଟା କରିଥିଲା। ସେ ଚୁପ୍ ନ ହେବାରୁ ତାକୁ ମଧ୍ୟ ତଣ୍ଟି ଚିପି ହତ୍ୟା କରିଥିଲା। ଏସବୁ କରିବା ପରେ ସେ ଭାଉଜଙ୍କ ଶବ ସହ ଦୁଷ୍କର୍ମ କରି ସେଠାରୁ ପଳାଇଯାଇଥିଲା।