ସାଲେପୁର ଚନ୍ଦ୍ରଦେଇପୁର ଗାଁରେ ପାଳନ ହୋଇଛି ନାଗପଞ୍ଚମୀ

Published By : Prameya-News7 Bureau | November 17, 2023 IST

ସାଲେପୁର: ପବିତ୍ର ନାଗ ପଞ୍ଚମୀ ଅବସରରେ କଟକ ଜିଲ୍ଲା ସାଲେପୁର ଚନ୍ଦ୍ରଦେଇପୁର ଗାଁରେ ପାଳନ ହୋଇଛି ନାଗପଞ୍ଚମୀ। ଏହି ଗାଁରେ ତେଲଗୁ ସମ୍ପ୍ରଦାୟର ଲୋକମାନେ ଦୀର୍ଘ ଦିନ ଧରି ଖୁବ୍‌ ଆଗ୍ରହର ସହ ପାଳନ କରୁଛନ୍ତି ନାଗ ପଞ୍ଜମୀ। ଏହି ଅବସରରେ ଗାଁର ମହିଳା , ପୁରୁଷ, ଛୋଟପିଲା ମାନେ ଏକତ୍ରିତ ହୋଇ ଏକ ହୁଙ୍କା ମୂଳରେ ଅଣ୍ଡା, କ୍ଷୀର, ନଡ଼ିଆ ,କଦଳୀ ବିଭିନ୍ନ ଫଳମୂଳ ଦେଇ ନାଗ ଦେବତାକୁ ପୂଜାର୍ଚ୍ଚନା କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି।

ବିଶ୍ବାସ ରହିଛି ନାଗ ଦେବତାଙ୍କୁ ପୂଜାର୍ଚ୍ଚନା କଲେ ସର୍ପାଘାତ ହେଇନଥାଏ ଏବଂ ପରିବାର ମଙ୍ଗଳ ରହିବା ସହିତ ଆମ ପିଲାମାନେ ସୁସ୍ଥ ନିରୋଗ ଓ ମଙ୍ଗଳମୟ ଜୀବନଯାପନ କରିଥାନ୍ତି। ପୂର୍ବପୁରୁଷମାନେ ଏହି ପୂଜାର୍ଚ୍ଚନା କରି ଆସୁଥିଲେ ଆମ୍ଭେମାନେ ମଧ୍ୟ୍ୟ ଏହି ପୂଜାକୁ କରିଆସୁଛୁ। ପୂର୍ବ ପୁରୁଷମାନଙ୍କ ଏହି ପୂଜାକୁ ଆମ୍ଭେମାନେ ବଞ୍ଚାଇ ରଖିଥିବା କହିଛନ୍ତି ଗ୍ରାମବାସୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.