ମଦ ପିଇ ନାଗିନ ଡ୍ୟାନ୍ସ କଲେ ପୋଲିସ୍ ବାବୁ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
1/03/2020 at 3:21 PM

ତେଲାଙ୍ଗାନା୧/୩: ମଦ ପିଇ ନାଗିନ ଗୀତରେ ଡ୍ୟାନ୍ସ କଲେ ପୋଲିସ ବାବୁ। ପୋଲିସ୍ ବାବୁଙ୍କ ନାଗିନ ଡ୍ୟାନ୍ସ କ୍ୟାମେରାରେ ରେକର୍ଡ ହୋଇଥିଲା। ଏହା ପରେ ସାଇବରବାଦ କମିଶନରେଟକୁ ଟ୍ୟାଗ କରି ଭିଡିଓଟିକୁ ସୋସିଆଲ ମିଡ଼ିଆରେ ପୋଷ୍ଟ କରାଯାଇଥିଲା। ଶନିବାର ଠାରୁ ଏହି ୬ଜଣ ପୋଲିସ କର୍ମଚାରୀଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ସେମାନେ ମଦ ପିଇ ଖୋଲା ସ୍ଥାନରେ ନାଗିନ ଗୀତରେ ଡ୍ୟାନ୍ସ କରିଥିଲେ।
ସୂଚନା ଅନୁସାରେ ଜଣେ କନଷ୍ଟେବଳଙ୍କ ବିବାହ ଉତ୍ସବରେ ଯୋଗ ଦେବା ଅବସରେ ୬ଜଣ ପୋଲିସ୍ କର୍ମଚାରୀ ନାଗିନ ଡ୍ୟାନ୍ସ କରିଥିଲେ। ଏହି ପୋଲିସ୍ କର୍ମଚାରୀଙ୍କ ନାମ ହେଉଛି ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର ବାଲାସ୍ୱାମୀ, କନେଷ୍ଟେବଳ ଅଶୋକ ରେଡ୍ଡୀ, ଅମରନାଥ, ଚନ୍ଦ୍ର ମୋହନ, ଭେଙ୍କଟେଶ ଗୌଡ଼ ଏବଂ ରାମ କୃଷ୍ଣ ରେଡ୍ଡୀ। ପୋଲିସ୍ କନେଷ୍ଟବଳ ବିବାହ ହଲ୍ ନିକଟରେ ନିଜ ବ୍ୟକ୍ତିଗତ ଗାଡିରେ ପାର୍ଟି କରୁଥିବା ଦେଖିବାକୁ ମିଳିଛି। ସେମାନଙ୍କ ମଧ୍ୟରୁ ଦୁଇଜଣ ମଦ୍ୟପାନ କରି ନାଚିବା ଆରମ୍ଭ କରିଥିଲେ।
କିଛି ଦିନ ପୂର୍ବରୁ ଶାଦନଗରର ଇନ୍ସପେକ୍ଟର ଶ୍ରୀଧର କୁମାର ଏକ କାର୍ଯ୍ୟକ୍ରମରେ ତାଙ୍କ ଭିଡିଓ ଡ୍ୟାନ୍ସ ଭାଇରାଲ ହେବାପରେ କମିଶନରେଟଙ୍କ ସହ ଯୋଡି ହୋଇଥିଲେ। ଉଭୟ ଘଟଣାର ତଦନ୍ତ ପରେ ଏସିପି ରିପୋର୍ଟ ଦାଖଲ କରିବାକୁ ୬ଜଣଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।