ନାଗାବଳୀ ନଦୀରେ ବୁଡ଼ି ନାବାଳକ ମୃତ, ଜଣେ ନିଖୋଜ; ଗାଧୋଇବାକୁ ଯାଇ ବୁଡିଗଲେ

Published By : Prameya-News7 Bureau | March 01, 2024 IST

ରାୟଗଡ଼ା ୦୧/୦୩: ନାଗାବଳୀ ନଦୀରେ ବୁଡ଼ି ଜଣେ ନାବାଳକ ମୃତ ଏବଂ ଜଣେ ନିଖୋଜ । ରାୟଗଡ଼ା ବ୍ଲକ ଚାନ୍ଦିଲି ଗାଁ ନିକଟରେ ଘଟିଛି ଅଘଟଣ । ମୃତକ ହେଲେ ୧୨ ବର୍ଷୀୟ ଗଲଡି ସୁନା ଏବଂ ନିଖୋଜ ହେଲେ ୯ ବର୍ଷୀୟ ହେମାଦେଇ ସୁନା । ଉଭୟ ସାନଚାନ୍ଦିଲି ଗ୍ରାମର ବୋଲି ସୂଚନା ମିଳିଛି ।

ସୂଚନା ଥାଉକି, ଗଲଡି ଓ ହେମାଦେଇ ଆଜି ଦିନ ପ୍ରାୟ ୧୧ ଟା‌ ସମୟରେ ନାଗାବଳୀ ନଦୀକୁ ଗାଧୋଇବାକୁ ଯାଇଥିଲେ । ହେଲେ ଅସାବଧାନତା ଯୋଗୁଁ ଦୁଇ ଜଣ ନଦୀରେ ବୁଡ଼ି ଭାସିଯାଇଥିଲେ । କିଛି ସମୟ ପରେ ପରିବାର ଲୋକ ନଦୀରେ ବୁଡ଼ି ଯାଇଥିବା ସୂଚନା ପାଇ ରାୟଗଡ଼ା ଦମକଳବାହିନୀକୁ ସୂଚନା ଦେଇଥିଲେ ।

wp:embed {"url":"https://www.prameyanews7.com/beef-laden-container-seized-by-dhenkanal-police/","type":"wp-embed","providerNameSlug":"prameya-news-7"}
https://www.prameyanews7.com/beef-laden-container-seized-by-dhenkanal-police/
/wp:embed

ଏଥିସହ ଗ୍ରାମର ଯୁବକମାନେ ମଧ୍ୟ ଖୋଜାଖୋଜି କରିଥିଲେ । ଖୋଜିବା ପରେ ଗଲଡିଙ୍କ ମୃତଦେହ ନଦୀ ଭିତରେ ଉଦ୍ଧାର ହୋଇଥିଲା। ତେବେ ହେମାଦେଇଙ୍କ ପତା ମିଳିନାହିଁ । ଦମକଳବାହିନୀ ଯବାନ ଖୋଜାଖୋଜି କରୁଛନ୍ତି। ଏହି ଅଘଟଣା ସାନଚାନ୍ଦିଲି ଗ୍ରାମରେ ଶୋକର ଛାୟା ଖେଳାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.