ଛାଡପତ୍ର ପରେ ଏହି ଅଭିନେତ୍ରୀଙ୍କୁ ଡେଟ୍ କରୁଛନ୍ତି ନାଗା ଚୈତନ୍ୟ ! ସାମ୍ନାକୁ ଆସିଲା ଫଟୋ…
30/03/2023 at 8:17 AM

ମୁମ୍ଵାଇ ୩୦।୦୩: ଟଲିଉଡ ଅଭିନେତା ନାଗା ଚୈତନ୍ୟ। ୨୦୨୧ ମସିହାରେ ସୁପରଷ୍ଟାର ସାମନ୍ଥା ରୁଥ ପ୍ରଭୃଙ୍କ ସହ ଛାଡପତ୍ର ହୋଇଥିଲା। କିଛି ସମୟ ପରେ ନାଗା ଅଭିନେତ୍ରୀ ସୋଭିତା ଧୁଲିପାଲାଙ୍କ ସହ ସମ୍ପର୍କ ଥିବା ଖବର ସାମ୍ନାକୁ ଆସିଥିଲା। ହେଲେ ଏହି ସମୟରେ ଦୁହେଁ ସେମାନଙ୍କ ସମ୍ପର୍କକୁ ନେଇ କୌଣସି ପ୍ରତିକ୍ରିୟା ଦେଇ ନଥିଲେ। କିନ୍ତୁ ବର୍ତ୍ତମାନ ଉଭୟଙ୍କ ଏକ ନୂଆ ଫଟୋ ଆସିଛି। ଏହା ପରେ ସେମାନଙ୍କର ଆଫେୟାର୍ସ ଖବରକୁ ନିଶ୍ଚିତ ହୋଇଛି ।
ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେଉଛି ଯେଉଁଥିରେ ନାଗା ଚୈତନ୍ୟ ଏକ ରେଷ୍ଟୁରାଣ୍ଟରେ ଜଣେ ରୋଷେୟାଙ୍କ ସହ ଫଟୋ ଉଠାଇଛନ୍ତି। ଫଟୋର ବ୍ୟାକ୍ଗ୍ରାଉଣ୍ଡ ପେଜ୍ ଅଭିନେତ୍ରୀ ସୋବିତା ଧୁଲିପାଲାଙ୍କୁ ଦେଖିବାକୁ ମିଳିଛି । ସେ ତାଙ୍କ ମୁହଁରେ ହାତ ରଖିଛନ୍ତି। ଫଟୋ ଦେଖିବା ପରେ ପ୍ରଶଂସକମାନେ ନାଗା ଏବଂ ସୋବିତାଙ୍କ ଡେଟିଂ ବିଷୟରେ କଳ୍ପନା ଜଳ୍ପନା କରୁଛନ୍ତି।
#NagaChaitanya latest Pic #CustodyOnMay12 #loveisblind #bachelor pic.twitter.com/Ijr7SjTP2C
— suzen (@Suzenbabu) March 28, 2023
ବାସ୍ତବରେ ଏହି ଫଟୋ ସେଫ୍ ସୁରେନ୍ଦ୍ର ମୋହନ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଥିଲେ ।ଏହି ଫଟୋର ସ୍କ୍ରିନସଟ୍ ସବୁଆଡେ ଭାଇରାଲ୍ ହେବାରେ ଲାଗିଛି । ତେବେ ବର୍ତ୍ତମାନ ରୋଷେୟା ଏହି ପୋଷ୍ଟକୁ ତାଙ୍କ ଆକାଉଣ୍ଟରୁ ଡିଲିଟ କରିଛନ୍ତି। ଏହି ଫଟୋ ଲଣ୍ଡନ ବିଷୟରେ କୁହାଯାଉଛି କାରଣ ଫଟୋରେ ରୋଷେୟା ଟ୍ୟାଗ୍ କରିଥିବା ରେଷ୍ଟୁରାଣ୍ଟ ଲଣ୍ଡନରେ ଅବସ୍ଥିତ ।