ଗାଧୋଇବାକୁ ଯାଇ ପୋଖରୀରେ ବୁଡିଗଲେ ଦୁଇ ଭଉଣୀ

Published By : Prameya-News7 Bureau | March 02, 2020 IST

ଆଠଗଡ ୦୨।୦୩ : ଦୁଇ ଛାତ୍ରୀଙ୍କ ସଲିଲ ସମାଧି । ଆଠଗଡ ନରସିଂହପୁର ଘୁଷକ ଗାଁରେ ଘଟିଛି ଦୁଃଖଦ ଘଟଣା । ଗାଁ ପୋଖରୀରେ ଗାଧୋଇବା ବେଳ  ବୁଡିଗଲେ ଦୁଇ ଛାତ୍ରୀ । ମୃତକ ପୂଜାରାଣୀ ସାହୁ ଓ ଶ୍ରଦ୍ଧା ପ୍ରଧାନ ।

{"id":231519,"sizeSlug":"large"}

ସୂଚନାଯୋଗ୍ୟ ଯେ, ସୋମବାର ଦିନ ସକାଳ ସମୟରେ ଗାଁ ନିକଟ ପୋଖରୀକୁ ଗାଧୋଇବାକୁ ଯାଇଥିଲେ  ଦୁଇ ଛାତ୍ରୀ । ତେବେ ଗାଧୋଉଥିବା ସମୟରେ ହଠାତ୍‌ ଗୋଡି ଖସିଯିବାରୁ ପାଣି ବୁଡିଯାଇଥିଲେ ଦୁଇ ଛାତ୍ରୀ । ସମ୍ପର୍କରେ ଦୁଇ ଜଣ ଭଉଣୀ ହେବେ ବୋଲି କୁହାଯାଉଛି । ତେବେ ପାଣି ବୁଡିଯାଇଥିବାର ଖବର ପାଇଁ ସ୍ଥାନୀୟଲୋକ ଓ ପରିବାର ଲୋକ ଦୁଇ ଜଣଙ୍କୁ ଉଦ୍ଧାର କରି ନିକଟସ୍ଥ ନରସିଂହପୁର ମେଡିକାଲରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ତେବେ ଦୁଇ ସମ୍ପର୍କୀୟ ଭଉଣୀଙ୍କ ମୃତ୍ୟୁ  ଖବର ପାଇ ପରିବାରରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.