ଦୟା ନଦୀରୁ ମିଳିଲା ସୁମିତେନ୍ଦ୍ରଙ୍କ ପତ୍ତା, ନଦୀକୁ ମାଛ ଧରିବାକୁ ଯାଇ ବୁଡିଯାଇଥିଲେ ନାବାଳକ
31/03/2023 at 8:34 AM

ଭୁବନେଶ୍ୱର ୩୦/୩: ଶେଷରେ ସୁମିତେନ୍ଦ୍ରଙ୍କ ମୃତଦେହ । ଦୀର୍ଘ ସମୟର ଖୋଜାଖୋଜି ପରେ ମୃତଦେହକୁ ଉଦ୍ଧାର କରାଯାଇଛି । ଭୁବନେଶ୍ବର ଉପକଣ୍ଠ ଦୟା ନଦୀରେ ଭାସିଯାଇଥିଲେ ନାବାଳକ । ନାବାଳକ ଜଣକ ଲିଙ୍ଗିପୁର ଇନ୍ଦିରା କଲୋନୀର ସୁମିତେନ୍ଦ୍ର ଦାସ । ଆକ୍ୱାରିୟମ ପାଇଁ ମାଛ ଆଣିବାକୁ ନଈକୁ ଯାଇଥିଲେ ସୁମିତେନ୍ଦ୍ର । ସେଠାରେ ପରିବାର ଲୋକ ଉପସ୍ଥିତ ଅଛନ୍ତି ।
ନଦୀରେ ୪ ଜଣ ସାଙ୍ଗଙ୍କ ସହିତ ଭିତରକୁ ଯାଇଥିବା ବେଳେ ଭାସିଯାଇଥିଲେ ସୁମିତେନ୍ଦ୍ର। ସେ ଅଷ୍ଟମ ଶ୍ରେଣୀର ଛାତ୍ର ଥିଲେ। ତାଙ୍କୁ ଉଦ୍ଧାର କରିବା ଲାଗି ୫ ଘଣ୍ଟା ଧରି ଅପରେସନ୍ ଚାଲିଥିବା ବେଳେ ସୁମିତେନ୍ଦ୍ରଙ୍କ ପତ୍ତା ମିଳିନଥିଲା । ତେଣୁ ରାତି ପାଇଁ ଉଦ୍ଧାର କାର୍ଯ୍ୟ ବନ୍ଦ କରାଯାଇଥିଲା । ଆଜି ସକାଳେ ପୁଣି ରେସକ୍ୟୁ ଅପରେସନ୍ ଆରମ୍ଭ ହୋଇଥିଲା ।