ନଦୀରେ ଗାଧୋଇବାକୁ ଯାଇ ଛାତ୍ର ନିଖୋଜ, ଛୁଟିରେ ବନ୍ଧୁଘର ବୁଲିବାକୁ ଆସିଥିଲେ ରାଜୀବ

Published By : Prameya-News7 Bureau | March 12, 2020 IST

ବାଲିପାଟଣା ୧୩।୦୩ : ନଦୀରେ ଗାଧୋଇବାକୁ ଯାଇ ଛାତ୍ର ନିଖୋଜ । ନିଖୋଜ ଛାତ୍ର ରାଜୀବ ରାୟଗୁରୁ ସିଂ । ଭୁବନେଶ୍ବର ଉପକଣ୍ଠ ସିଜୁଆ ଗ୍ରାମର ବୋଲି ଜଣାପଡିଛି । ବାଲିପାଟଣା ଥାନା ଝିଣ୍ଟିଶାସନ ଭାର୍ଗବୀ ନଦୀରେ ଘଟିଛି ଘଟଣା । ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।   

ସୂଚନାଯୋଗ୍ୟ ଯେ, ରାଜୀବ ଓ ତିନିଜଣ ସାଙ୍ଗ ମିଶି ଗାଧୋଇବାକୁ ଆସିଥିଲେ । କିନ୍ତୁ ଗାଧୋଉଥିବା ବେଳେ ନିଖୋଜ ହୋଇଯାଇଛନ୍ତି ରାଜୀବ । ତେବେ ବୁଡିଯାଉଥିବା ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛନ୍ତି । ରାଜୀବ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇଥିଲେ । ଏବଂ ଛୁଟିରେ ନିଜ ବନ୍ଧୁଘରକୁ ବୁଲିବାକୁ ଆସିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.