ନଦୀରେ ଗାଧୋଉଥିବା ବେଳେ ଅଘଟଣ, ଗଭୀର ସ୍ରୋତରେ ଭାସିଯାଇ ଛାତ୍ର ମୃତ
24/02/2020 at 2:56 PM

ଯାଜପୁର ୨୪।୦୨: ନଦୀରେ ବୁଡିଯାଇ ଛାତ୍ର ମୃତ । ଯାଜପୁର ଜିଲ୍ଲା ବୈତରଣୀ ନଦୀର ଉତ୍ତର ବାହିନୀ ଘାଟରେ ଭାସିଯାଇ ପ୍ରାଣ ହରାଇଛନ୍ତି ଛାତ୍ର । ମୃତକ ଧାମନଗର ବ୍ଲକ ଦେଉଳି ଆନନ୍ଦପୁର ଗାଁର ଲକ୍ଷ୍ମୀଧର ନାୟକଙ୍କ ସାନ ପୁଅ ଅଶ୍ବନୀ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ଧାମନଗର ବ୍ଲକ ଅନ୍ତର୍ଗତ ଦେଉଳି ଆନନ୍ଦପୁର ଗ୍ରାମର ଲଷ୍ମୀଧର ନାୟକଙ୍କ ସାନପୁଅ ଅଶ୍ୱନି ବୈତରଣୀ ନଦୀକୁ ଗାଧୋଇବାକୁ ଯାଇଥିଲେ । ଗାଧୋଇବା ବେଳେ ଗଭୀର ସ୍ରୋତରେ ଭାସିଯାଇଥିଲେ ଅଶ୍ବିନୀ । ତେବେ ଖବର ପାଇ ସ୍ଥାନୀୟ ଗ୍ରାମବାସୀ ବହୁ ଖୋଜା ଖୋଜି କରିବା ପରେ ତାଙ୍କୁ ଗୁରୁତ୍ବର ଅବସ୍ଥାରେ ଉଦ୍ଧାର କରିଥିଲେ । ପରେ ଗ୍ରାମବାସୀ ତାଙ୍କୁ ଯାଜପୁର ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି। ରାମବାଗ କଲେଜରେ +2 କଳାର ପ୍ରଥମ ବର୍ଷ ଛାତ୍ର ଥିଲେ ଅଶ୍ୱନି ।