ସୁନ୍ଦରଗଡ଼ ୦୪/୦୧: ସବୁଠି ଚାଲିଛି ପିକ୍ନିକ୍ ଋତୁ । ସାରା ରାଜ୍ୟରେ ପର୍ଯ୍ୟଟନ ସ୍ଥଳୀରେ ଲୋକଙ୍କ ଖଚାଖଚ୍ ଭିଡ୍ ଦେଖିବାକୁ ମିଳିଛି । ବିଶେଷ କରି ପାହାଡ ପର୍ବତରେ ବୁଲିବାର ମଜ୍ଜା ନେଉଛନ୍ତି ଲୋକେ । ତେବେ ଏହାରି ଭିତରେ ନଜର ଆସିଛି ଏକ ଦୁଃଖଦ ଖବର ।
ସୁନ୍ଦରଗଡ ଇବ୍ ନଦୀରେ ଭାସି ଯାଇ ୨ ଯୁବକ ନିଖୋଜ । ଏଠାରେ ଥିବା କାହ୍ନାକୁଣ୍ଡରେ ବୁଡିଯାଇ ଦୁଇ ଯୁବକ ନିଖୋଜ ହୋଇଯାଇଛନ୍ତି । ତେବେ ସୌବାଗ୍ୟ ବଶତଃ ଜଣଙ୍କୁ ଉଦ୍ଧାର କରାଯାଇଛି ।
ସୂଚନା ଥାଉକି, ପିକନିକ୍ ପାଇଁ ଝାରସୁଗୁଡ଼ାରୁ ୩ ଯୁବକ ଆସିଥିଲେ । ସେମାନେ କାହ୍ନାକୁଣ୍ଡରେ ଗାଧୋଇବା ବେଳେ ଭାସିଗଲେ ଭାସିଯାଇଥିଲେ । ସଂଗେ ସଂଗେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ଉଦ୍ଧାର କରାଯାଇଥିଲା । ହେଲେ ଅନ୍ୟ ଗୁଇ ଜଣଙ୍କ ପତ୍ତା ମିଳଉନି । ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକେ ନିଖୋଜଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରୁଛନ୍ତି ।