ଶୌଚ ହେବାକୁ ଯାଇ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
24/03/2023 at 7:58 AM

ଯାଜପୁର ୨୪/୦୩: ଯାଜପୁର ପାଣିକୋଇଲି ଥାନା ୧୬ ନମ୍ବର ଜାତୀୟ ରାଜପଥର ସାହାପୁରବ୍ରିଜ ଉପରୁ ଖରସ୍ରୋତା ନଦୀକୁ ଡେଇଁ ଜଣେ ସ୍ଥାନୀୟ ଜଣେ ଆଦିବାସୀ ମହିଳା ନିଖୋଜ ହୋଇଥିବା ଜଣାପଡିଛି । ଶୌଚ ହେବାକୁ ଆସି ଏମିତି କରିଛନ୍ତି ମହିଳା ଜଣଙ୍କ । ତେବେ କଣ ପାଇଁ ଏପରି ଚରମ ନିଷ୍ପତ୍ତି ନେଇଛନ୍ତି ତାହା ଏବେବି ଜଣାପଡିନି ।
ସୁଚନାଥାଉକି, ମସୁଦପୁର ଅଞ୍ଚଳର ଆଦିବାସୀ ମହିଳା କୁନି ମୁଣ୍ଡା ଖରସ୍ରୋତା ନଦୀକୁ ଶୌଚ ହେବାକୁ ଆସି କୌଣସି କାରଣରୁ ବ୍ରିଜ ତଳକୁ ଡେଇଁ ପଡ଼ିଥିଲେ । ଏହା ଦେଖି ସ୍ଥାନୀୟ ଲୋକେ ପାଣିକୋଇଲି ପୋଲିସକୁ ଖବର ଦେଇଥିଲେ । ପାଣିକୋଇଲି ପୋଲିସ ଓ ବରୀ ଅଗ୍ନିଶମ ବିଭାଗ ପହଞ୍ଚି ଖୋଜାଖୋଜି କରୁଥିବା ବେଳେ ନିଖୋଜ ମହିଳାଙ୍କର କୌଣସି ସନ୍ଧାନ ମିଳିନାହିଁ ।