ବ୍ରାହ୍ମଣୀର ପ୍ରଖର ସ୍ରୋତରେ ଭାସିଯାଇ ଜଣେ ମୃତ
3/09/2020 at 2:05 PM

ଅନୁଗୁଳ ୦୩।୦୯: ତାଲଚେର ସମଲ ନିଟକସ୍ଥ ବ୍ରାହ୍ମଣୀ ନଦୀରେ ଅଘଟଣ ଘଟିଛି । ବ୍ରାହ୍ମଣୀର ପ୍ରଖର ସ୍ରୋତରେ ଭାସିଯାଇ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ନବିନା ନାଏକ ବୋଲି ଜଣାପଡିଛି ।
ସୂଚନାଯୋଗ୍ୟ ଯେ, ପ୍ରତିଦିନ ପରି ସେ ନଦୀକୁ ଗାଧୋଇବାକୁ ଯାଇଥିଲେ । କିନ୍ତୁ ବ୍ରାହ୍ମଣୀ ନଦୀର ସ୍ରୋତରେ ତାଙ୍କର ପାଦ ଖସି ଯାଇଥିଲା । ତେଣୁ ସେ ନଦୀରେ ବୁଡିଯାଇଥିଲେ । ସ୍ଥାନୀୟ ଲୋକ ଦମକଳ ବାହିନୀକୁ ଖବର ଦେଇଥିଲେ। ବହୁ ଖୋଜାଖୋଜି ପରେ ଶେଷରେ ତାଙ୍କର ମୃତ ଦେହ ଉଦ୍ଧାର ହୋଇଛି। ସମଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। କେଉଁ ପରିସ୍ଥିତିରେ ସେ ବୁଡ଼ିଗଲେ ତାର ତଦନ୍ତ ଜାରି ରହିଛି ।
Related Posts
କୂଅ ଭିତରେ ଭାଲୁ, ଖାଦ୍ୟ ଅନ୍ୱେଷଣରେ ଆସି ଖସିପଡିଲା
5 July 2022
ଗ୍ୟାସ ଭରିବା ସମୟରେ ଫାଟିଲା ସିଲିଣ୍ଡର, ୩ ଗୁରୁତର
5 July 2022