ଝିଅକୁ ବଞ୍ଚାଇଲେ ନିଜ ସୁଅରେ ଭାସି ଗଲେ

Published By : Prameya-News7 Bureau | August 21, 2020 IST

ଆନନ୍ଦପୁର୨୧/୮:  ନଦୀରେ ଗାଧୋଇବା ବେଳେ ଝିଅର ଗୋଡ଼ ଖସିଗଲା। ତାକୁ ବଞ୍ଚାବାକୁ ଯାଇ ବାପାଙ୍କ ଜୀବନ ଚାଲିଗଲେ। ବାପ-ଝିଅ ଦୁହେଁ ସାଙ୍ଗ ହୋଇ ନଦୀକୁ ଗାଧୋଇବାକୁ ଯାଇଥିଲେ। ସେହି ସମୟରେ ଝିଅର ଗୋଡ଼ ଖସି ଯାଇଥିଲା। ଏହି ସମୟରେ ବାପା ଝିଅକୁ ବଞ୍ଚାଇବାକୁ ନଦୀରେ ଡେଇଁ ପଡିଥିଲେ। ହେଲେ ଝିଅ ବଞ୍ଚିଗଲା ବାପାଙ୍କ ଜୀବନ ଚାଲିଗଲା। ଘସିପୁରା ଥାନା ଆମ୍ପରଜଳସୁଆଁ ଗାରେ ଏଭଳି ଦୁଃଖଦ ଘଟଣା ଘଟିଛି।

ମିଳିଥିବା ସୂଚନା ମୁତାବକ, ଆମ୍ପରଜଳସୁଆଁ ଗାଁର ପଦ୍ମନାଭ ସାହୁ ନିଜ ସାନଝିଅକୁ ନେଇ କୂଶେଇ ନଦୀକୁ ଗାଧୋଇବାକୁ ଯାଇଥିଲେ। ଝିଅକୁ ବଞ୍ଚାଇବା ପାଇଁ ବାପା ପ୍ରାଣପଣେ ଉଦ୍ୟମ କରିଥିଲେ। ନଦୀ ନିକଟରେ ଗାଧୋଇଥିବା ଅନ୍ୟ ଯୁବକମାନେ ଝିଅକୁ ଉଦ୍ଧାର କରିଥିଲେ। ହେଲେ ପ୍ରଖର ସ୍ରୋତରେ ବାପା ଭାସି ଯାଇଥିଲେ। ବହୁ ସମୟ ଖୋଜାଖୋଜି ପରେ ତାଙ୍କୁ ଉଦ୍ଧାର କରି  ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.