ଧସିଲା ପୁଣି ନଦୀ ବନ୍ଧ, ଭୟରେ ସ୍ଥାନୀୟ ଲୋକେ
1/09/2020 at 8:35 AM

ଭଦ୍ରକ ୦୧।୦୯: ନଦୀ ଗର୍ଭକୁ ପୁଣି ଧସିଲା ବନ୍ଧ । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଦଳାଙ୍ଗ ପଞ୍ଚାୟତ ରାମେଶ୍ୱରପୁର ମଳିକସାହି ନିକଟରେ ଗେଙ୍ଗୁଟି ନଦୀର ବନ୍ଧ ନଦୀ ଗର୍ଭକୁ ଧସିଯାଇଛି । ଏପରିକି ମଳିକ ସାହି ନିକଟରେ ନଦୀ ବନ୍ଧର ବିଭିନ୍ନ ସ୍ଥାନରେ ଫାଟ ଦେଖିବାକୁ ମିଳିଛି ।
କିଛିଦିନ ପୂର୍ବରୁ ସମାନ ସ୍ଥାନରେ ଫାଟ ସୃଷ୍ଟି ହୋଇଥିଲା । ଲଗାଣ ବର୍ଷାରେ ପଥର ପ୍ୟାକିଙ୍ଗ ମଧ୍ୟ ଧସିଥିଲା, ପରେ ବନ୍ୟା ଜଳ ଗେଙ୍ଗୁଟିରେ ପ୍ରବାହିତ ହେବା ବେଳେ ଫାଟ ବଢିଯାଇଥିଲା । ନଦୀରେ ଜଳସ୍ଥର କମିବା ପରେ ପୁଣି ଧସିଛି ବନ୍ଧ । ବନ୍ଧର ତଳିଆ ଅଞ୍ଚଳର ମାଟି ଧୋଇଯାଇଥିବାରୁ ପ୍ରାୟ ୩୦ ଫୁଟ ବନ୍ଧ ଧସିଛି ।
Related Posts
ବଢୁଛି ଜଳକା ନଦୀର ଜଳସ୍ତର, ଚାଷ ଜମିରେ ଲହଡ଼ି ମାରୁଛି ବନ୍ୟା ଜଳ
15 August 2022
ରାସ୍ତାରେ ଚାଲୁଛି ବନ୍ୟାଜଳ, ହଜାର ହଜାର ଚାଷଜମି ଜଳମଗ୍ନ
15 August 2022