ହିମାଚଳ ପ୍ରଦେଶ ରାଜ୍ୟସଭା ଆସନରୁ ଇସ୍ତଫା ଦେଲେ ନଡ୍ଡା, ଧନଖଡଙ୍କୁ ପଠାଇଲେ ପତ୍ର

Published By : Prameya-News7 Bureau | March 05, 2024 IST

ନୂଆଦିଲ୍ଲୀ ୦୫/୦୩: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଆଜି ହିମାଚଳ ପ୍ରଦେଶ ରାଜ୍ୟସଭା ଆସନରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫାପତ୍ର ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡଙ୍କୁ ପଠାଇ ଦେଇଛନ୍ତି । ଧନଖଡ ତାଙ୍କ ଇସ୍ତଫାପତ୍ର ଗ୍ରହଣ କରିଥିବା ରାଜ୍ୟସଭା ସଂସଦୀୟ ବୁଲେଟିନରେ କୁହାଯାଇଛି ।

ସେ ହିମାଚଳ ପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ତାଙ୍କ କାର୍ଯ୍ୟକାଳ ଆଉ ମାତ୍ର ୧୪ଦିନ ଥିଲା । କିନ୍ତୁ ଗତମାସ ୨୦ରେ ସେ ଗୁଜରାଟରୁ ନିଦ୍ୱର୍ନ୍ଦ୍ୱରେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ଗୁଜରାଟରୁ ସେ ରାଜ୍ୟସଭା ସଦସ୍ୟ ରହିବେ । ଅନ୍ୟପକ୍ଷରେ ନଡ୍ଡା ଲୋକସଭା ନିର୍ବାଚନ ଲଢ଼ିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି । କିନ୍ତୁ ବିଜେପି ପକ୍ଷରୁ ଏସମ୍ପର୍କରେ କିଛି ସ୍ପଷ୍ଟ କରାଯାଇନାହିଁ । ସୂଚନାଯୋଗ୍ୟ ଯେ ନଡ୍ଡା ୨୦୧୨ରୁ ରାଜ୍ୟସଭା ସାଂସଦ ରହିଛନ୍ତି ।

you can also read...

wp:embed {"url":"https://www.prameyanews7.com/amitabh-bachchan-praises-s-jaishankar-comment/","type":"wp-embed","providerNameSlug":"prameya-news-7"}
https://www.prameyanews7.com/amitabh-bachchan-praises-s-jaishankar-comment/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.