ରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗରେ ନବୀନ-ନଡ୍ଡା ଆଲୋଚନା, ମୁର୍ମୁଙ୍କ ନାମାଙ୍କନ ଦାଖଲ ସମୟରେ ପ୍ରସ୍ତାବକ ରହିବେ ଦୁଇ ମନ୍ତ୍ରୀ

Published By : Prameya-News7 Bureau | June 23, 2022 IST

ନୂଆଦିଲ୍ଲୀ ୨୩/୦୬: ରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହୋଇଛନ୍ତି ବିଜେପି ସଭାପତି ଜେ.ପି ନଡ୍ଡା । ନାମାଙ୍କନ ପତ୍ରରେ ପ୍ରସ୍ତାବକ ରହିବେ ବିଜେଡିର ୨ ମନ୍ତ୍ରୀ । ମନ୍ତ୍ରୀ ଜଗନ୍ନାଥ ସାରକା ଏବଂ ଟୁକୁନି ସାହୁ ନାମାଙ୍କନ ପତ୍ରରେ ଦସ୍ତଖତ କରିବେ ।

ଆସନ୍ତାକାଲି ନାମାଙ୍କନ ପତ୍ର ଦାଖଲ କାର୍ଯ୍ୟକ୍ରମରେ ଯୋଗଦେବେ । ଟୁଇଟ୍ କରି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୂଚନା ଥାଉକି, ରାଷ୍ଟ୍ରପତି ନିର୍ବାଚନ ପାଇଁ ଆସନ୍ତାକାଲି ନାମାଙ୍କନ ଦାଖଲ କରିବେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ମୁଖ୍ୟମନ୍ତ୍ରୀ ବର୍ତ୍ତମାନ ବିଦେଶ ଗସ୍ତରେ ଅଛନ୍ତି ।

କିନ୍ତୁ ରାଷ୍ଟ୍ରପତି ନିର୍ବାଚନରେ ତାଙ୍କର ସହଯୋଗ ରହିବ ବୋଲି ପୂର୍ବରୁ ସ୍ପଷ୍ଟ କରିଥିଲେ । ସେଥିପାଇଁ ଗତକାଲି ତାଙ୍କ ତରଫରୁ ଦୁଇ ପ୍ରସ୍ତାବକ ଉପସ୍ଥିତ ରହିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.