ଭିନେଶ ଫୋଗାଟଙ୍କୁ ନୋଟିସ ଜାରି କଲା ନାଡା, ୧୪ ଦିନ ଭିତରେ ଦେବାକୁ ପଡ଼ିବ ଜବାବ

Published By : Prameya-News7 Bureau | September 25, 2024 IST

ନୂଆଦିଲ୍ଲୀ: ନ୍ୟାସନାଲ ଆଣ୍ଟି ଡୋପିଂ ଏଜେନ୍ସି ବୁଧବାର କୁସ୍ତି ଯୋଦ୍ଧା ଭିନେଶ ଫୋଗାଟଙ୍କୁ ନିଜ ରହଣୀ ସ୍ଥାନର ସୂଚନା ଦେବାରେ ବିଫଳ ଯୋଗୁଁ ନୋଟିସ୍ ଜାରି କରିଛି । ଏହାସହ ୧୪ ଦିନ ଭିତରେ ଜବାବ ଦେବା ପାଇଁ କୁହାଯାଇଛି । ନାଡାର ପଞ୍ଜିକୃତ ପରୀକ୍ଷଣ ପୁଲରେ ପଞ୍ଜିକୃତ ସମସ୍ତ ଖେଳାଳିଙ୍କୁ ଡୋପ ଯାଞ୍ଚ ପାଇଁ ନିଜ ବାବଦରେ ସୂଚନା ଦେବା ଜରୁରି ହୋଇଥିଲା ଏବଂ ଏହି ଖେଳାଳିଙ୍କ ମଧ୍ୟରେ ଭିନେଶ ମଧ୍ୟ ସାମିଲ ଅଛନ୍ତି । ଯଦି ଖେଳାଳି କୌଣସି ସ୍ଥାନର ସୂଚନା ଦିଅନ୍ତି ଏବଂ ସେହି ସ୍ଥାନରେ ଉପଲବ୍ଧ ନଥାନ୍ତି ତେବେ ଏହାକୁ ଠିକଣା ଦେବାରେ ବିଫଳତା ବୋଲି ଧରାଯିବ ।

ନାଡା ନିଜ ନୋଟିସରେ କୁସ୍ତି ଯୋଦ୍ଧାରୁ ରାଜନେତା ହୋଇଥିବା ଭିନେଶଙ୍କ ନୋଟିସ ଜାରି କରି କହିଛି ଯେ ସେ ନିଜ ରହୁଥିବା ସ୍ଥାନର ସୂଚନା ନଦେବାର ଭୁଲ କରିଛନ୍ତି । କାରଣ ସେପ୍ଟେମ୍ୱର ୯ରେ ସୋନିପତର ଖରଖୋଦା ଗାଁରେ ନିଜ ଘର ଡୋପ ଯାଞ୍ଚ ପାଇଁ ଉପଲବ୍ଧ ନଥିଲେ । ଭିନେଶ ପ୍ୟାରିସ୍ ଅଲିମ୍ପିକ୍ସ ଫାଇନାଲରେ ଅଯୋଗ୍ୟ ଘୋଷିତ ହୋଇଥିଲେ । ଏହାପରେ ସେ ଖେଳରୁ ସନ୍ନ୍ୟାସ ଘୋଷଣା କରିଥିଲେ ।

ନାଡା ନୋଟିସରେ ଲେଖିଛି, 'ଆପଣ ଡୋପିଂ ରୋଧୀ ନିୟମ ଅନ୍ତର୍ଗତରେ ରହୁଥିବା ସ୍ଥାନ ବିଷୟରେ ସୂଚନା ସହ ଜଡ଼ିତ ଆବଶ୍ୟକତାକୁ ପାଳନ କରିବାରେ ବିଫଳ ହୋଇଛନ୍ତି । ଏଥିପାଇଁ ଏକ ଔପଚାରିକ ନୋଟିସ ଦିଆଯାଇଛି । ଏହି ମାମଲାରେ ଚୂଡ଼ାନ୍ତ ନିଷ୍ପତ୍ତି ନେବା ପୂର୍ବରୁ ଆପଣଙ୍କୁ ସ୍ପଷ୍ଟୀକରଣ ଦେବା ପାଇଁ କୁହାଯାଇଛି ।'

ଭିନେଶ ଏବଂ ତାଙ୍କ ସହଯୋଗୀ ବଜରଙ୍ଗ ପୁନିଆ କିଛି ଦିନ ପୂର୍ବେ କଂଗ୍ରେସ ପାର୍ଟିରେ ସାମିଲ ହୋଇଥିଲେ । ହରିୟାଣା ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଜୁଲାନା ନିର୍ବାଚନ କ୍ଷେତ୍ରରୁ ଭିନେଶ ଫୋଗାଟଙ୍କୁ ପ୍ରାର୍ଥୀ କରିଛି । ସେ ବର୍ତ୍ତମାନ ଜୁଲାନାରେ ନିର୍ବାଚନ ପ୍ରଚାର ପାଇଁ ବ୍ୟସ୍ତ ଅଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.