ସୁଟ୍କେସ୍ ମୃତ୍ୟୁ ମାମଲା: ଅଭିଯୁକ୍ତ ସ୍ତ୍ରୀ ବିରୋଧରେ ଏତଲା ଦେଲେ ମୃତକଙ୍କ ବାପା
24/01/2023 at 8:05 PM

ଟାଙ୍ଗୀ ୨୪/୦୧: ସୁଟ୍କେସ୍ରୁ ମୃତ ମିଳିବା ଘଟଣା ଉପରୁ ହଟିଲା ପରଦା। ମୃତ ଯୁବକ ମନୋରଞ୍ଜନଙ୍କୁ ଆଉ କେହି ନୁହେଁ ବରଂ ତାଙ୍କ ସ୍ତ୍ରୀ ହିଁ ତାର ପ୍ରେମିକ ସହ ମିଶି ହତ୍ୟା କରିଥିଲା ବୋଲି ଜଣାପଡ଼ିଛି। ଏନେଇ ଅଭିଯୁକ୍ତ ପତ୍ନୀ ନିଲୀ ଦାସଙ୍କ ବିରୋଧରେ ମୃତକଙ୍କ ବାପା ଗଙ୍ଗାଧର ଦାସ ନାଚୁଣି ଥାନାରେ ଅଭିଯୋଗ କରିଛନ୍ତି। ତଦନ୍ତର ଦିଗ ପରିବର୍ତ୍ତନ କରିବା ପାଇଁ ପତ୍ନୀ ରଚିଥିଲା ମାଷ୍ଟର ପ୍ଲାନ୍। ଏପରିକି ହତ୍ୟାକାଣ୍ଡ ବିଷୟରେ କିଛି ଜାଣିନାହିଁ ବୋଲି ପୋଲିସ ସାମ୍ନାରେ ଅଭିନୟ ମଧ୍ୟ କରିଥିଲା ଅଭିଯୁକ୍ତ ସ୍ତ୍ରୀ। ମାତ୍ର ସବୁ ଯୋଜନାକୁ ପଦାରେ ପକାଇଦେଲା ପୋଲିସ। ହତ୍ୟାକାଣ୍ଡର ୨୪ ଘଣ୍ଟା ନପୁରୁଣୁ ଅଭିଯୁକ୍ତମାନଙ୍କୁ ଗିରଫ କରି ସିନ୍ ରିକ୍ରିଏସନ୍ କରିବା ସହ ଅପରାଧିମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ନାଚୁଣୀ ପୋଲିସ।

ଏପରି ଅଘଟଣ ପରେ ମଙ୍ଗଳବାର ନାଚୁଣୀ ଥାନାରେ ପହଞ୍ଚିଛନ୍ତି ମୃତ ମନୋରଞ୍ଜନ ମହାପାତ୍ରଙ୍କ ବାପା ଗଙ୍ଗାଧର ମହାପାତ୍ର ଲିଖିତ ଅଭିଯୋଗ କରିଛନ୍ତି। ପୁଅ ମନୋରଞ୍ଜନକୁ ପ୍ରଲୋଭିତ କରି ପ୍ରେମ ବିବାହ କରିଥିଲା ମୁଖ୍ୟ ଅଭିଯୁକ୍ତ ନିଲୀ ଦାସ । ବିବାହ ପରେ ପରେ ବାପା-ମା’ ଙ୍କ ଠାରୁ ପୁଅ ମନୋରଞ୍ଜନକୁ ଅଭିଯୁକ୍ତ ନିଲି ଅଲଗା କରିଦେଇଥିଲା ସମ୍ପତ୍ତି ଭାଗବଣ୍ଟା ଟଙ୍କା ଆଣି ତାକୁ ଆତ୍ମସାତ କରିବା ପାଇଁ ନିଲୀ ନିଜେ କେତେ ଜଣଙ୍କ ସହଯୋଗରେ ତା’ର ସ୍ୱାମୀ ତଥା ମୋର ସାନ ପୁଅ ମନୋରଞ୍ଜନକୁ ହତ୍ୟା କରିଛି। କୋହଭରା କଣ୍ଠରେ ଗଙ୍ଗାଧର ମହାପାତ୍ର ନାଚୁଣୀ ଥାନାରେ ଏଭଳି ଲିଖିତ ଅଭିଯୋଗ କରିଛନ୍ତି।