ସାଲେପୁରକୁ NAC ମାନ୍ୟତା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

Published By : Prameya-News7 Bureau | February 23, 2024 IST

ସାଲେପୁର23/02:  ସାଲେପୁରକୁ NAC ମାନ୍ୟତା। ଏହାସହ ସାଲେପୁର ହାଟ, ପାଗା ହାଟକୁ ମଡେଲ ହାଟରେ ପରିଣତ କରିବା, ବାପୁଜୀ ଶୀତଳଭଣ୍ଡାରର ପୁନଃ ଉଦ୍ଧାର ଇତ୍ୟାଦି ଦାବିନେଇ ସାଲେପୁର ତହସିଲଦାରଙ୍କ ଜରିଆରେ ଟାଙ୍ଗୀ ସାଲେପୁର ବିକାଶ ମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ବିକାଶ ମଞ୍ଚ ଅଧ୍ୟକ୍ଷ ବିଶେଶ୍ଵର ସ୍ୱାଇଁଙ୍କ ନେତୃତ୍ୱରେ ଏକ ଶୋଭା ଯାତ୍ରାରେ ଆସି ସାଲେପୁର ତହସିଲଦାର କାର୍ଯ୍ୟାଳୟରେ ପହଁଞ୍ଚି ତହସିଲଦାରଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ।

{"id":912842,"sizeSlug":"full","linkDestination":"none"}

ଓଡ଼ିଶାରେ ସାଲେପୁର ସହର ଠାରୁ ଆହୁରି ଛୋଟ ଛୋଟ ସହରକୁ NAC ମାନ୍ୟତା ମିଳିଛି।  ହେଲେ ସାଲେପୁରକୁ କାହିଁକି NACର ମାନ୍ୟତା ମିଳୁନାହିଁ ବୋଲି ପ୍ରଶ୍ନ କରିଛି ବିକାଶ ମଞ୍ଚ। ସେହିପରି ସାଲେପୁର ଓ ପାଗା ହାଟକୁ ମଡେ଼ଲ ହାଟ , ବାପୁଜୀ ଶୀତଳଭଣ୍ଡାର ପୁନଃ ଉଦ୍ଧାର କରିବା ଦାବିରେ ତହସିଲଦାର ଦାବି ପତ୍ର ପ୍ରଦାନ କରିଛନ୍ତି। ଯଦି ସରକାର ଏହି ଦାବିପତ୍ର ପ୍ରତି ଗୁରୁତ୍ବ ନ ଦିଅନ୍ତ ତେବେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ବିକାଶ ମଞ୍ଚ ପକ୍ଷରୁ ଚେତାବନୀ ଦେଇଛନ୍ତି।

Also read-ଆଗାମୀ ୭ଦିନ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା, ୧୪ ଜିଲ୍ଲା ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଜାରି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.