ସାଲେପୁରକୁ NAC ମାନ୍ୟତା ଦାବି; ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତହସିଲ୍ଦାରଙ୍କୁ ଦାବିପତ୍ର ଦେଲେ ଛାତ୍ରଛାତ୍ରୀ
27/12/2022 at 5:53 PM

କଟକ ୨୭/୧୨: କଟକ ଜିଲ୍ଲା ସାଲେପୁରକୁ ଏନଏସି କରିବା ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ସାଲେପୁର ଅଟୋନମସ କଲେଜର ଛାତ୍ରଛାତ୍ରୀ ଦାବିପତ୍ର ଦେଇଛନ୍ତି। ଦୀର୍ଘ ୩୦ବର୍ଷ ହେଲା ବିଭିନ୍ନ ସାମାଜିକ ସଙ୍ଗଠନ, ରାଜନୈତିକ ଅନୁଷ୍ଠାନ ସହ ସ୍ଥାନୀୟ ଲୋକମାନେ ଏନଏସି ପାଇଁ ଦାବି କରୁଛନ୍ତି। ଏହା ସତ୍ୱେ ବି ଏଯାଏଁ ସାଲେପୁରକୁ ଏନଏସି ମାନ୍ୟତା ମିିଳିନାହିଁ।
ଏନଏସି ପାଇଁ ସାଲେପୁର ସହରର ସମସ୍ତ ଯୋଗ୍ୟତା ଥିବାବେଳେ କାହିଁକି ସରକାର ଘୋଷଣାରେ ବିଳମ୍ବ କରୁଛନ୍ତି ସେନେଇ ବିଭିନ୍ନ ମହଲରେ ଦାବି ହେଉଛି। ସାଲେପୁର ସହରର ସମସାମୟିକ ଆଠଗଡ଼, ବାଙ୍କୀ ଓ ପଟ୍ଟାମୁଣ୍ଡାଇକୁ ସରକାର ଏନ୍ଏସି ଘୋଷଣା କରିଥିବା ବେଳେ ସାଲେପୁରକୁ ଶୀଘ୍ର ଏନଏସି ଘୋଷଣାପାଇଁ ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ସାଲେପୁର ତହସିଲଦାରଙ୍କୁ ଦିଆଯାଇଛି।
Related Posts
ଗଛରେ ଝୁଲୁଛି ମୃତଦେହ, ମୃତକଙ୍କ ପରିଚୟ ଓ ମୃତ୍ୟୁର କାରଣ ଅସ୍ପଷ୍ଟ
29 January 2023
ଯୁବକଙ୍କ ଗଳିତ ମୃତଦେହ ଠାବ, ପୋଲିସ କରୁଛି ତଦନ୍ତ
29 January 2023