ନବରଙ୍ଗପୁରରେ ପଥର ମାଫିଆଙ୍କ ରାଜ ; ପ୍ରଶାସନ ଜାଣିଶୁଣି ଚୁପ
14/04/2018 at 11:32 AM

ନବରଙ୍ଗପୁର ଜିଲ୍ଲାରେ ବେଧଡକ ପଥର ମାଫିଆଙ୍କ ରାଜ ଚାଲିଥିବା ନେଉଜ୭ ହାତରେ ଧର। ପଡିଛି ନନ୍ଦ।ହାଣ୍ଡି ତହସିଲ ଅଧୀନରେ ଥିବା ଡେଙ୍ଗାଗୁଡା ପଥର ଖଦାନରୁ କୋଡିଙ୍ଗା ତହସିଲ ଅଧୀନରେ ଥିବା ଭାଟିଗାଁ କୁ ଏକ ହାଇୱା ରେ ପଥର ଯିବା ସମୟରେ ନବରଙ୍ଗପୁର ମହିଳା ମହାବିଦ୍ୟାଳୟ ନିକଟରେ ଆମେ ଉକ୍ତ ହାଇୱା ର ଡ୍ରାଇଭର କୁ ରୟାଲଟି ଦେଖାଇବାକୁ କହିଥିଲୁ କିନ୍ତୁ ସେହି ଡ୍ରାଇଭର ଜଣକ ୨ ଟି ରୟାଲଟି ଦେଖାଇଥିଲା ଗୋଟିଏ କୋଡିଙ୍ଗା ତହସିଲର ଅନ୍ୟଟି ନନ୍ଦ।ହାଣ୍ଡି ତହସିଲର ଏହି ଦୁଇଟିରୁ ଗୋଟିଏରେ ପଥର କେଉଁଠୁ ଆସୁଛି କେଉଁ ସ୍ଥାନକୁ ଯାଉଛି , ସମୟ କିଛିବି ଲେଖାଯାଇନଥିବା ବେଳେ ଆଉ ଗୋଟେରେ ତାରିଖ କୁ ଖାଲି ଛଡ଼ାଯାଇଛି । ଦିନ ତମାମ ଯେତେ ଟ୍ରିପ ପଥର ଯିବ ଏହି ଗୋଟିଏ ରୋୟାଲଟି କାଗଜ ଦେଖାଇ ଫାଙ୍କିବାର ବାଟ ଦେଖାଇଦିଆଯାଇଛି , ଏହିଭଳି ସହ ସହ ଟ୍ରକ ପଥର ଚାଲାଣ କରାଯାଉଛି , ଯାହାଫଳରେ ସରକାରଙ୍କର ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ ହାନି ହେଉଛି , ଏପଟେ କିଛି ମୁନାଫାଖୋର ସରକାରୀ ଅଧିକାରୀ ମାଲମ।ଲ ହେଉଛନ୍ତି ।
ଏହି ବିଷୟରେ ନନ୍ଦ।ହାଣ୍ଡି ତହସିଲଦାରଙ୍କୁ ପଚାରିବାରୁ ସେ ପ୍ରଥମେ ନେଉଜ୭ କ୍ୟାମେରା ଆଗରେ କିଛି କହିବାକୁ ମନା କରିଦେଇଥିଲେ ପରେ ତଦନ୍ତ କରିବେ ବୋଲି କହିଥିଲେ । ନନ୍ଦ।ହାଣ୍ଡି ତହସିଲଦାର ତଦନ୍ତ କରିବେ କି ନ।ହିଁ ୟେତ ପରର କଥା କିନ୍ତୁ ନବରଙ୍ଗପୁର ଜିଲ୍ଲାରେ ଅନେକ ପଥର ଖଦାନକୁ ତହସିଲ ବିଭାଗ ମାନେ ଟେଣ୍ଡର ନକରି ଛାଡିଦେଉଛନ୍ତି ଯାହାର ସିଧା ସଳଖ ଫାଇଦା ଉଠାଉଛନ୍ତି ପଥର ମଫିଆ ଏସବୁ ଉଭୟଙ୍କ ମିଲିଭଗତ ରେ ଚାଲିଛି ।
ଯଦି ଏହିଭଳି ନବରଙ୍ଗପୁର ଜିଲ୍ଲାର ପ୍ରକୃତିକ ସଂପଦକୁ ହରିଲୁଟ କରାଯାଏ ତାହେଲେ ଆଗାମୀ ଦିନରେ ଏହି ପ୍ରକୃତିକ ସମ୍ପଦ ପାଇଁ ପୋଡଶୀ ଜିଲ୍ଲା କିମ୍ବା ରାଜ୍ୟ ଉପରେ ନିର୍ଭର କରିବାକୁ ପଡିବ ତେଣୁ ବେଳ ଥାଉଁଣୂ ଜିଲ୍ଲା ପ୍ରଶାସନକୁ ଚେତିବାର ଆବଶ୍ୟକତା ରହିଛି ।