ଦାୟିତ୍ୱହୀନ ଓ ଅର୍ଥହୀନ ମନ୍ତବ୍ୟ ପାଇଁ ଦାମ ବାବୁଙ୍କୁ ବିଦା କଲୁ: ନବୀନ
13/09/2018 at 1:44 PM

ଭୁବନେଶ୍ୱର ୧୩/୯ : ଦିଲ୍ଲୀରୁ ଫେରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳରୁ ଦାମଙ୍କୁ ବହିଷ୍କାର ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି | ସେ କହିଛନ୍ତି ଯେ, ଦାମ ବରାବର ଦାୟିତ୍ୱ ହୀନ ଓ ଅର୍ଥହୀନ ମନ୍ତବ୍ୟ ଦେଇ ଆସୁଥିଲେ | ସେଥିପାଇଁ ତାଙ୍କୁ ଦଳରୁ ବହିଷ୍କାର କରାଗଲା | ଦାମଙ୍କ ସବୁ ମନ୍ତବ୍ୟ ଅତ୍ୟନ୍ତ ହାସ୍ୟାସ୍ପଦ ବୋଲି ମଧ୍ୟ ନବୀନ କହିଛନ୍ତି |
ଦାମଙ୍କୁ ଦଳରୁ ବହିଷ୍କାର କରିବା ପରେ ବିଜେଡିରୁ ବାଦ ପଡିଥିବା ବିଜୁ ଅନୁଗତ ମାନେ ଏକ ବିକଳ୍ପ ମଂଚ ବା ଦଳ ଗଠନ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି | ଏ ସମ୍ପର୍କରେ ମଧ୍ୟ ନବୀନ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି | କହିଛନ୍ତି ଯେ, ଏଭଳି ମଂଚ ବା ଦଳ ଗଠନ ସେମାନଙ୍କ ବ୍ୟକ୍ତିଗତ ନିଷ୍ପତି | ତେବେ ବିଜେଡି ଉପରେ ଏହାର କୌଣସି ପ୍ରଭାବ ପଡ଼ିବନାହିଁ |