ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠମଲ୍ଲିକ: ଦନ୍ତା ହାତୀର ମୃତଦେହ ଠାବ, ଶରୀରରେ ରହିଛି ଅନେକ କ୍ଷତଚିହ୍ନ
  • ||
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

ନବରାତ୍ରିରେ ଘରକୁ ଆଣନ୍ତୁ ଏହିସବୁ ଜିନିଷ, ରହିବନି ଆର୍ଥିକ ଓ ପାରିବାରିକ ସମସ୍ୟା

28/09/2022 at 5:29 PM

ନବରାତ୍ର ଉତ୍ସବ ଆରମ୍ଭ ହୋଇଗଲାଣି ଓ ୫ ଅକ୍ଟୋବର ବୁଧବାର ପର୍ଯ୍ୟନ୍ତ ଚାଲିବ। ନବରାତ୍ର ଦିନମାନଙ୍କରେ ମା ଦୁର୍ଗାଙ୍କ ନଅ ରୂପର ପୂଜା କରାଯାଏ। ଏଣୁ ନବରାତ୍ର ଦିନଗୁଡିକୁ ପବିତ୍ର ଓ ଶୁଭ ମନେ କରାଯାଏ। ଏଣୁ ଦଶହରା ସମୟରେ ଘରକୁ କିଛି ନୂଆ ଜିନିଷ କିଣି ଆଣିଲେ ଶୁଭ ମନେ କରାଯାଏ। କୁହାଯାଏ ଏପରି କଲେ ଘରେ ସୁଖ ଶାନ୍ତି ଓ ସମୃଦ୍ଧି ଆସେ। ନବରାତ୍ର ଦିନମାନଙ୍କରେ କରାଯାଉଥିବା ଯେ କୌଣସି କାର୍ଯ୍ୟକୁ ମା ଦୁର୍ଗାଙ୍କ ଆଶିର୍ବାଦ ଥାଏ ବୋଲି ମନେ କରାଯାଏ।

ଏପରି ମାନ୍ୟତା ଅଛି ନବରାତ୍ର କାଳରେ ଘରକୁ ରୂପାର ଯେ କୌଣସି ସାମଗ୍ରୀ କିଣିଆଣିଲେ ସୌଭାଗ୍ୟ ପ୍ରାପ୍ତ ହୋଇଥାଏ। ଏମିତିରେ ରୂପା ସମୃଦ୍ଧିର ପ୍ରତୀକ ହୋଇଥାଏ। ଏଣୁ ନବରାତ୍ରି ଦିନମାନଙ୍କରେ ଘରକୁ ରୂପା ଅଳଙ୍କାର, ବାସନକୁସନ ବା ଏପରି କିଛି କ୍ରୟ କରି ଆଣିଲେ ଘରର ଆର୍ଥିକସ୍ଥିତି ମଜଭୁତ ହୋଇଥାଏ। ନବରାତ୍ର କାଳରେ ଯଦି ଏପରି କୌଣସି ଜିନିଷ ଘରକୁ କିଣି ଆଣିଥାନ୍ତି ତେବେ ପ୍ରଥମେ ମାଙ୍କୁ ଅର୍ପଣ କରି ପରେ ସାମଗ୍ରୀକୁ ବ୍ୟବହାର କରନ୍ତୁ।

ନବରାତ୍ର ଦିନମାନଙ୍କରେ ବୁଲାବୁଲିରେ ଯାଇଥିବା ବେଳେ ମୂର୍ତ୍ତିକାରଙ୍କ ଦୋକାନରେ ଯଦି ମାଟିର ଘର ମିଳିଯାଏ ତେବେ ନିଶ୍ଚିତ କିଣି ଆଣନ୍ତୁ। ନଚେତ ଘରେ ନିଜେ ମାଟିରେ ଘରଟିଏ ନିର୍ମାଣ କରନ୍ତୁ। ଏହାକୁ ପୂଜା ଦିନମାନଙ୍କରେ ମାଙ୍କ ନିକଟରେ ରଖନ୍ତୁ। କୁହାଯାଏ ଏହା ଦ୍ୱାରା ସମ୍ପତ୍ତି ଲାଭର ସୌଭାଗ୍ୟ ସୃଷ୍ଟି ହୋଇଥାଏ। ଏହାଛଡା ଘରେ କେବେବି ଧନର ଅଭାବ ହୋଇନଥାଏ। ଏହା ଛଡା ପରିବାରରେ ରହୁଥିବା ସଦସ୍ୟଙ୍କ ମଧ୍ୟରେ ମନମାଳିନ୍ୟ ସମାପ୍ତ ହୋଇଯାଇଥାଏ।

ସେହିପରି ମା ଦୁର୍ଗାଙ୍କୁ ଶୃଙ୍ଗାର ବହୁତ ଭଲ ଲାଗିଥାଏ। ଏଣୁ ବିବାହିତ ମହିଳାମାନେ ନବରାତ୍ରି କାଳରେ ମା ଦୁର୍ଗାଙ୍କୁ ନାଲି ଚୁନରୀ ସହିତ ସୁହାଗ ସାମଗ୍ରୀ ଅର୍ପିତ କରନ୍ତୁ। ଏପରି କରିବା ଦ୍ୱାରା ସ୍ୱାମୀଙ୍କ ଆୟୁ ବୃଦ୍ଧି ହୋଇଥାଏ ଓ ତାଙ୍କ ଜୀବନ ସଂକଟ ମୁକ୍ତ ହୋଇଥାଏ। ବୈବାହିକ ଜୀବନ ହସଖୁସିରେ କଟିଥାଏ। ଯଦି କୁଆଁରୀ ଝିଅ ମା ଦୁର୍ଗଙ୍କ ପୂଜା କରନ୍ତି ତେବେ ତାଙ୍କୁ ମନମୁତାବକ ବର ମିଳିଥାଏ। ନବରାତ୍ରିକ ପ୍ରଥମ ଦିନ ଘରକୁ ତିନିକୋଣିଆ ପତାକା କିଣି ଆଣନ୍ତୁ ନବରାତ୍ରିରେ ଏପରି ପତାକା କିଣିବା ଶୁଭ ମନେ କରାଯାଏ। ପତାକା  ବିଜୟର ପ୍ରତୀକ। ନବରାତ୍ରିର ୯ ଦିନ ପର୍ଯ୍ୟନ୍ତ ଘରେ ପତାକା ରଖନ୍ତୁ। ଏହି ପତକାକୁ ପୂଜା ମଧ୍ୟ କରନ୍ତୁ। ଏପରି କରିବା ଦ୍ୱାରା ଘରେ ସୁଖ ଓ ଶାନ୍ତି ବିରାଜମାନ ହୋଇଥାଏ ଓ ଭକ୍ତଙ୍କ ସବୁ ମନକାମନା ପୂର୍ଣ୍ଣ ହୋଇଥାଏ।   

   Related Posts